ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ଅଫିସ ସମ୍ମୁଖରେ ଉତ୍ତେଜନା, ମନ୍ତ୍ରୀ ଦେଲେ ବଡ଼ ସୂଚନା..

ଓଏଲ୍ ବ୍ୟୁରୋ: ରାଜ୍ୟ ରାଜନୀତିରେ ପ୍ରଶ୍ନପତ୍ର ବିଭ୍ରାଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଓପିଏସ୍ସି ଏବଂ ଓଏସ୍ଏସ୍ଏସ୍ସି ପ୍ରଶ୍ନପତ୍ର ତ୍ରୁଟି ନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରତିକ୍ରିୟା ରଖିଛନ୍ତି। ବିଭ୍ରାଟରେ ଯେଉଁ ବିଭାଗ ସଂଶ୍ଳିଷ୍ଟ ଅଛି ତଦନ୍ତ ହେବ। ଯିଏ ଦୋଷୀ ଛଡ଼ା ଯିବନି। ଏସଂକ୍ରାନ୍ତୀୟ ବିଲ୍ ବିଧାନସଭାରେ ଆଇନରେ ପରିଣତ ହୋଇଛି।
ଅନ୍ୟପଟେ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତର ସୁରକ୍ଷା କରିବା ସରକାରଙ୍କ ଦାୟିତ୍ବ ବୋଲି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ କହିଛନ୍ତି। OSSC କାର୍ଯ୍ୟାଳୟ ଆଗରେ ପରୀକ୍ଷାର୍ଥୀ ବିକ୍ଷୋଭ କରିଛନ୍ତି। OSSC ଅଧ୍ୟକ୍ଷଙ୍କୁ ଭେଟି ଫେରାଦ ହେବାକୁ ଦାବି କରିଛନ୍ତି। କାଲିର ପରୀକ୍ଷା ବିଭ୍ରାଟକୁ ନେଇ ତାତିଲେ ପରୀକ୍ଷାର୍ଥୀ। ସିଲାବସ୍ ବାହାରେ ପ୍ରଶ୍ନ ପଡ଼ିବାକୁ ନେଇ ଅସନ୍ତୋଷ ହୋଇଥିଲା। ଅଧ୍ୟକ୍ଷଙ୍କୁ ଭେଟିବାକୁ ନଦେଇ ଗେଟ ବାହାରକୁ ତଡିଦେଲା ପୁଲିସ ଯେଉଁଥିପାଇଁ ପୁଲିସ ସହ ହୋଇଥିଲା ଯୁକ୍ତିତର୍କ। ବୁଝାସୁଝା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା।