Odisha Link
Bridging the Missing Links in Odisha

ଆଇପିଏସ୍ ପଣ୍ଡିତ ରାଜେଶଙ୍କ ନିଲମ୍ୱନ ଅବଧି ବୃଦ୍ଧି

ଓଏଲ୍‌ ବ୍ୟୁରୋ: ଅଡୁଆରେ ନିଲମ୍ବିତ ଆଇପିଏସ୍ ରାଜେଶ ପଣ୍ଡିତ। ପୁଣି ବଢ଼ିଲା IPS ପଣ୍ଡିତ ରାଜେଶଙ୍କ ନିଲମ୍ୱନ ଅବଧି। ଆଉ ମାସେ ନିଲମ୍ୱନ ଆଦେଶ ବଢ଼ାଇଲା ଗୃହ ମନ୍ତ୍ରଣାଳୟ। ମହିଳାଙ୍କୁ ଦୁର୍ବ୍ୟବହାର ପାଇଁ ନିଲମ୍ୱନ ହୋଇଛନ୍ତି ପଣ୍ଡିତ ରାଜେଶ।

ସୂଚନା ଅନୁସାରେ, ଜୁଲାଇ ୩୦ରେ ବରିଷ୍ଠ ପୁଲିସ ଅଧିକାରୀ ପଣ୍ଡିତ ରାଜେଶ ଉତ୍ତମରାଓ (ଆଇ.ପି.ଏସ) ନିଜ କ୍ଷମତାର ଅପବ୍ୟବହାର କରି ପଦ ମର୍ଯ୍ୟାଦାର ସମ୍ମାନ ହାନି କରିଥିବାର ଅଭିଯୋଗରେ ନିଲମ୍ବିତ କରାଯାଇଛି। ବିଶୃଙ୍ଖଳିତ ବରିଷ୍ଠ ପୁଲିସ ଅଧିକାରୀଙ୍କୁ କାର୍ଯ୍ୟରୁ ତୁରନ୍ତ ନିଲମ୍ବନ କରିବା ସହିତ ବିହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ସଂପୃକ୍ତ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିଲା।