‘ଲାଲ୍ କପ୍ତାନ’ରେ ସୋନାକ୍ଷୀଙ୍କ ନୂଆ ଲୁକ୍

ଭୁବନେଶ୍ବର ବହୁ୍ତ ଶୀଘ୍ର ପରଦାକୁ ଆସିବାକୁ ଯାଉଛି ନବଦୀପ ସିଂ ଙ୍କ ‘ଲାଲ କପ୍ତାନ’। ଏହି ସିନେମା ଟିକୁ ନବଦୀପ ସିଂଓ ଦିପକ ଭେଙ୍କେଟସ୍ ଲେଖିବା ସହ ନବଦୀପ ସିଂ ନିର୍ଦ୍ଦେଶନା ଦେଇଛନ୍ତି ।ଏହି ସିନେମାରେ ସୈଫ୍ ଅଲ୍ଲୀ ଖାନ୍ଙ୍କୁ ନାଗସାଧୁ ଚରିତ୍ର ରେ ଅଭିନୟ କରୁଛନ୍ତି । ଏହି ସିନେମାରେ ସୈଫ୍ ଅଲ୍ଲୀ ଖାନ୍ଙ୍କ ସହ ସୋନାକ୍ଷୀ ସିହ୍ନା ,ଦୀପକ ଡୋବରିୟାଲ, ଜୋୟା ହୁସୈନ୍ ଏବଂ ମାନବ ବିଜ୍ଙ୍କୁ ଦେଖିବାକୁ ମିଳିବ। ଜୋୟା ହୁସେନଙ୍କୁ ସୈଫ୍ଙ୍କ ବିପକ୍ଷରେ ଅଭିନୟ କରୁଛନ୍ତି ।
ଏବେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ପ୍ରଥମ ଲୁକ୍ ପୋଷ୍ଟର ରିଲିଜ ହୋଇଯାଇଛି। ସେ ଜଣେ ତୁର୍କି ମହିଳା ଚରିତ୍ରରେ ଥିବାର ଦେଖିବାକୁ ମିଳୁଛି। ସୋନାକ୍ଷୀ ଏକ ଗାଦି ଉପରେ ବସିଛନ୍ତି ଓ ମୁହଁରେ ମୁଖା ପିନ୍ଧିଛନ୍ତି। ‘ଲାଲ କପ୍ତାନ’ ସିନେମା ଅକ୍ଟୋବର ୧୮ରେ ମୁକ୍ତିଲାଭ କରିବ।
Comments are closed.