ଦିନକୁ ଦିନ ବଢ଼ୁଛି ବାୟୁ ପ୍ରଦୂଷଣ, କମୁଛି ଲୋକଙ୍କ ଆୟୁଷ
ଭୁବନେଶ୍ବର: ଭାରତରେ ଯେଉଁ ଶହେ ଦୁଇଟି ସହରରେ ବାୟୁ ପ୍ରଦୂଷଣର ମାତ୍ରା ବର୍ତ୍ତମାନ ଚିନ୍ତାଜନକ ସ୍ଥିତିରେ ପହଂଚିଛି ତା ମଧ୍ୟରୁ ଭୁବନେଶ୍ୱର ଅନ୍ୟତମ। ଚିକାଗୋ ବିଶ୍ୱବିଦ୍ୟାଳୟର ଏନର୍ଜି ପଲିସି ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କରା ଯାଇଥିବା ବାୟୁ ଗୁଣବତ୍ତା ଜୀବନ ସୁଚକାଙ୍କ ବା ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ(AQLI)ର ତଥ୍ୟ ଅନୁସାରେ ଯଦି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିୟମାବଳୀକୁ ଅନୁସରଣ କରା ଯାଇପାରନ୍ତା ତାହାଲେ ଭୁବନେଶ୍ୱରରେ ଅଧିବାସୀମାନଙ୍କ ହାରାହାରି ପରମାୟୁ ପାଖାପାଖି ଦୁଇ ବର୍ଷ ସାତ ମାସ ବୃଦ୍ଧି ପାଇ ପାରନ୍ତା। ୧୯୯୮ ମସିହାରେ ଏହି ଅଭିବୃଦ୍ଧି ଏକ ବର୍ଷ ଚାରି ମାସ ଥିଲା। ଏହା ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ୱୟଂଶାସିତ ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ଓ ଚିକାଗୋ ବିଶ୍ୱବିଦ୍ୟାଳୟର ଏନର୍ଜି ପଲିସି ଇନଷ୍ଟିଚ୍ୟୁଟ(EPIC-India)ର ମିଳିତ ଅନୁକୁଲ୍ୟରେ ଆୟୋଜିତ ସଚେତନତା କର୍ମଶାଳାରେ ଯୋଗ ଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।
ଏହି କର୍ମଶାଳାକୁ ଉଦଘାଟନ କରି ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ସୁପ୍ରଭା ପଟନାୟକ ବାୟୁ ପ୍ରଦୂଷଣକୁ ଏକ ମାରାତ୍ମକ ସମସ୍ୟା ବୋଲି କହିବା ସହ ଏହାକୁ ରୋକିବା ଦିଗରେ ବ୍ୟାପକ ସଚେତନତା ସୃଷ୍ଟି କରିବାର ସମୟ ଆସିଛି ବୋଲି ମତବ୍ୟକ୍ତ କରିଥିଲେ। ବାୟୁ ପ୍ରଦୂଷଣ ଓ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ନିଜ ମତ ରଖି କେୟାର ହସ୍ପିଟାଲର ଶ୍ୱାସକ୍ରିୟା ସମ୍ପର୍କିତ ରୋଗ ଚିକିତ୍ସା ବିଭାଗର ମୁଖ୍ୟ ଡ଼ଃ ଦାମୋଦର ବିନ୍ଧାଣୀ କହିଥିଲେ ଯେ ହୃତପିଣ୍ଡ ଓ ଶ୍ୱାସନଳୀ ସମ୍ପର୍କିତ ରୋଗୀମାନଙ୍କ ସଂଖ୍ୟା ଗତ ଦଶ ବର୍ଷରେ ଭୁବନେଶ୍ୱରରେ ପ୍ରାୟ ଦୁଇଗୁଣ ବଢିଛି। ଏହାର ମୁଖ୍ୟ କାରଣ ହେଉଛି ବାୟୁ ପ୍ରଦୂଷଣ। ପାଞ୍ଚବର୍ଷରୁ କମ ବୟସର ପିଲା, କିଶୋର ଓ ବୃଦ୍ଧ ବୃଦ୍ଧାମାନେ ଏହା ଦ୍ୱାରା ବେଶୀ ପ୍ରଭାବିତ ହେଉଛନ୍ତି। ଯେଉଁ ରୋଗୀମାନଙ୍କର ପୂର୍ବରୁ ହୃଦ ବା ଶ୍ୱାସ ସର୍ମ୍ପର୍କିତ ଅସୁବିଧା ରହିଛି ସେମାନେ ପ୍ରଦୂଷିତ ବାୟୁ ସଂସ୍ପର୍ଶରେ ଆସିବା ଦ୍ୱାରା ସେମାନଙ୍କ ରୋଗ ଅଧିକ ବଢି ଯାଉଛି।
ବାୟୁ ପ୍ରଦୂଷଣ ସମ୍ପର୍କରେ ଅଧିକ ମତ ରଖି ଚିକାଗୋ ବିଶ୍ୱବିଦ୍ୟାଳୟର ଏନର୍ଜି ପଲିସି ଇନଷ୍ଟିଚ୍ୟୁଟର ଗଣଯୋଗାଯୋଗ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଆଶୀର୍ବାଦ ରାହା କହିଥିଲେ ଯେ ସାରା ବିଶ୍ୱରେ ବାୟୁ ପ୍ରଦୂଷଣ ଏବେ ଭୟାବହ ରୂପ ନେଇଛି। ହେଲେ ବାୟୁ ପ୍ରଦୂଷଣ ଓ ଏହାର ପ୍ରଭାବ ସମ୍ପର୍କରେ ସାଧାରଣ ଜନତାଙ୍କ ପାଖରେ ସଠିକ ତଥ୍ୟ ପହଂଚି ପାରୁ ନାହିଁ। ଏହି ଅସୁବିଧା ଦୂର କରିବା ପାଇଁ ଚିକାଗୋ ବିଶ୍ୱବିଦ୍ୟାଳୟର ଏନର୍ଜି ପଲିସି ଇନଷ୍ଟିଚ୍ୟୁଟ ତରଫରୁ ବାୟୁ ଗୁଣବତ୍ତା ଜୀବନ ସୁଚକାଙ୍କ ବା ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ(AQLI) ପ୍ରସ୍ତୁତ କରାଯାଇଛି। ଏହାକୁ ବ୍ୟବହାର କରି ଜନସାଧାରଣ ସେମାନଙ୍କ ଅଂଚଳରେ ବାୟୁ ପ୍ରଦୂଷଣର ସେମାନଙ୍କ ହାରାହାରି ପରମାୟୁ ଉପରେ ପ୍ରଭାବ ସମ୍ପର୍କରେ ଜାଣି ପାରିବେ। ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ(AQLI)ର ତଥ୍ୟ ଅନୁସାରେ ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ ରୋକା ଯାଇ ପାରିଲେ ଅଧିବାସୀମାନଙ୍କର ହାରାହାରି ପରମାୟୁ ଦୁଇ ବର୍ଷ ସାତ ମାସ ବୃଦ୍ଧି କରାଯାଇ ପାରନ୍ତା। କେବଳ ଭୁବନେଶ୍ୱର ନୁହେଁ ଭାରତର ସବୁ ଜିଲ୍ଲା ପାଇଁ ଏହି ତଥ୍ୟ ଉପଲବ୍ଧ। ଏହି ତଥ୍ୟ ଜନସାଧାରଣ ଓ ପ୍ରଶାସନକୁ ସଚେତନ କରିବା ସହ ବାୟୁ ପ୍ରଦୂଷଣର ମୁକାବିଲା ଦିଗରେ ସେମାନଙ୍କୁ ପ୍ରସ୍ତୁତ ହେବାରେ ସାହାଯ୍ୟ କରିବ ବୋଲି ସେ ମତ ବ୍ୟକ୍ତ କରିଥିଲେ।
ବାୟୁ ପ୍ରଦୂଷଣ ରୋକିବା ଦିଗରେ ଜନସାଧାରଣ କିପରି ସକ୍ରିୟ ଭୂମିକା ଗ୍ରହଣ କରି ପାରିବେ ସେ ସମ୍ପର୍କରେ ନିଜ ମତ ରଖି ଅଂକୁର ଫାଉଣ୍ଡେସନର ସାଧାରଣ ସମ୍ପାଦିକା ଚିନ୍ମୟୀ ପଣ୍ଡା କହିଥିଲେ ଯେ ଭୁବନେଶ୍ୱରରେ ବର୍ତ୍ତମାନ ପାଖାପାଖି ଅଠର ଲକ୍ଷ ଯାନବାହାନ ରହିଛି। ବ୍ୟକ୍ତିଗତ ବାହାନ ଅପେକ୍ଷା ଯିବା ଆସିବା ପାଇଁ ସାଧାରଣ ପରିବହନ ବ୍ୟବସ୍ଥାକୁ ଅଧିକ ବ୍ୟବହାର କଲେ ବାୟୁ ପ୍ରଦୂଷଣକୁ ଅନେକ ମାତ୍ରାରେ ରୋକି ହୁଅନ୍ତା। ଏହାଛଡା, କୌଣସି ନିର୍ମାଣ ବା ଭଙ୍ଗାରୁଜା ବେଳେ ଯେପରି ସର୍ବନିମ୍ନ ପ୍ରଦୂଷଣ ହେବ ସେ ସମ୍ପର୍କରେ ସମସ୍ତେ ସଚେତନ ହେବା ଉଚିତ ବୋଲି ସେ କହିଥିଲେ। ଏହି ପ୍ରସଙ୍ଗରେ ଅଧିକ ଆଲୋଚନା କରି ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ କହିଥିଲେ ଯେ ବାୟୁ ପ୍ରଦୂଷଣ ରୋକିବା ପାଇଁ ଥିବା ନିୟମ ଗୁଡିକର ପାଳନ କଡାକଡି ଭାବେ କରାଯିବା ଉଚିତ। ଆମ ଚାରିପାଖର ବାୟୁ ମଣ୍ଡଳ ଯେପରି ସ୍ୱଚ୍ଛ ରହିବ ସେ ଦିଗରେ ଆମେ ସମସ୍ତେ ସଚେତନ ହେବାର ସମୟ ଆସିଛି।
ଏହି ସଚେତନତା କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ଓ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାମାନେ ଯୋଗ ଦେଇଥିଲେ। ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ମୁଖ୍ୟ ଡ଼ଃ ନଳିନୀ ସଭା ପରିଚାଳନା କରିଥିଲେ ଓ ବରିଷ୍ଠ ଅଧ୍ୟାପିକା ରାଜଲକ୍ଷ୍ମୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ଭାରତରେ ଯେଉଁ ଶହେ ଦୁଇଟି ସହରରେ ବାୟୁ ପ୍ରଦୂଷଣର ମାତ୍ରା ବର୍ତ୍ତମାନ ଚିନ୍ତାଜନକ ସ୍ଥିତିରେ ପହଂଚିଛି ତା ମଧ୍ୟରୁ ଭୁବନେଶ୍ୱର ଅନ୍ୟତମ। ଚିକାଗୋ ବିଶ୍ୱବିଦ୍ୟାଳୟର ଏନର୍ଜି ପଲିସି ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କରା ଯାଇଥିବା ବାୟୁ ଗୁଣବତ୍ତା ଜୀବନ ସୁଚକାଙ୍କ ବା ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ(AQLI)ର ତଥ୍ୟ ଅନୁସାରେ ଯଦି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିୟମାବଳୀକୁ ଅନୁସରଣ କରା ଯାଇପାରନ୍ତା ତାହାଲେ ଭୁବନେଶ୍ୱରରେ ଅଧିବାସୀମାନଙ୍କ ହାରାହାରି ପରମାୟୁ ପାଖାପାଖି ଦୁଇ ବର୍ଷ ସାତ ମାସ ବୃଦ୍ଧି ପାଇ ପାରନ୍ତା। ୧୯୯୮ ମସିହାରେ ଏହି ଅଭିବୃଦ୍ଧି ଏକ ବର୍ଷ ଚାରି ମାସ ଥିଲା। ଏହା ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ୱୟଂଶାସିତ ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ଓ ଚିକାଗୋ ବିଶ୍ୱବିଦ୍ୟାଳୟର ଏନର୍ଜି ପଲିସି ଇନଷ୍ଟିଚ୍ୟୁଟ(EPIC-India)ର ମିଳିତ ଅନୁକୁଲ୍ୟରେ ଆୟୋଜିତ ସଚେତନତା କର୍ମଶାଳାରେ ଯୋଗ ଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।
ଏହି କର୍ମଶାଳାକୁ ଉଦଘାଟନ କରି ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ସୁପ୍ରଭା ପଟନାୟକ ବାୟୁ ପ୍ରଦୂଷଣକୁ ଏକ ମାରାତ୍ମକ ସମସ୍ୟା ବୋଲି କହିବା ସହ ଏହାକୁ ରୋକିବା ଦିଗରେ ବ୍ୟାପକ ସଚେତନତା ସୃଷ୍ଟି କରିବାର ସମୟ ଆସିଛି ବୋଲି ମତବ୍ୟକ୍ତ କରିଥିଲେ। ବାୟୁ ପ୍ରଦୂଷଣ ଓ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ନିଜ ମତ ରଖି କେୟାର ହସ୍ପିଟାଲର ଶ୍ୱାସକ୍ରିୟା ସମ୍ପର୍କିତ ରୋଗ ଚିକିତ୍ସା ବିଭାଗର ମୁଖ୍ୟ ଡ଼ଃ ଦାମୋଦର ବିନ୍ଧାଣୀ କହିଥିଲେ ଯେ ହୃତପିଣ୍ଡ ଓ ଶ୍ୱାସନଳୀ ସମ୍ପର୍କିତ ରୋଗୀମାନଙ୍କ ସଂଖ୍ୟା ଗତ ଦଶ ବର୍ଷରେ ଭୁବନେଶ୍ୱରରେ ପ୍ରାୟ ଦୁଇଗୁଣ ବଢିଛି। ଏହାର ମୁଖ୍ୟ କାରଣ ହେଉଛି ବାୟୁ ପ୍ରଦୂଷଣ। ପାଞ୍ଚବର୍ଷରୁ କମ ବୟସର ପିଲା, କିଶୋର ଓ ବୃଦ୍ଧ ବୃଦ୍ଧାମାନେ ଏହା ଦ୍ୱାରା ବେଶୀ ପ୍ରଭାବିତ ହେଉଛନ୍ତି। ଯେଉଁ ରୋଗୀମାନଙ୍କର ପୂର୍ବରୁ ହୃଦ ବା ଶ୍ୱାସ ସର୍ମ୍ପର୍କିତ ଅସୁବିଧା ରହିଛି ସେମାନେ ପ୍ରଦୂଷିତ ବାୟୁ ସଂସ୍ପର୍ଶରେ ଆସିବା ଦ୍ୱାରା ସେମାନଙ୍କ ରୋଗ ଅଧିକ ବଢି ଯାଉଛି।
ବାୟୁ ପ୍ରଦୂଷଣ ସମ୍ପର୍କରେ ଅଧିକ ମତ ରଖି ଚିକାଗୋ ବିଶ୍ୱବିଦ୍ୟାଳୟର ଏନର୍ଜି ପଲିସି ଇନଷ୍ଟିଚ୍ୟୁଟର ଗଣଯୋଗାଯୋଗ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଆଶୀର୍ବାଦ ରାହା କହିଥିଲେ ଯେ ସାରା ବିଶ୍ୱରେ ବାୟୁ ପ୍ରଦୂଷଣ ଏବେ ଭୟାବହ ରୂପ ନେଇଛି। ହେଲେ ବାୟୁ ପ୍ରଦୂଷଣ ଓ ଏହାର ପ୍ରଭାବ ସମ୍ପର୍କରେ ସାଧାରଣ ଜନତାଙ୍କ ପାଖରେ ସଠିକ ତଥ୍ୟ ପହଂଚି ପାରୁ ନାହିଁ। ଏହି ଅସୁବିଧା ଦୂର କରିବା ପାଇଁ ଚିକାଗୋ ବିଶ୍ୱବିଦ୍ୟାଳୟର ଏନର୍ଜି ପଲିସି ଇନଷ୍ଟିଚ୍ୟୁଟ ତରଫରୁ ବାୟୁ ଗୁଣବତ୍ତା ଜୀବନ ସୁଚକାଙ୍କ ବା ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ(AQLI) ପ୍ରସ୍ତୁତ କରାଯାଇଛି। ଏହାକୁ ବ୍ୟବହାର କରି ଜନସାଧାରଣ ସେମାନଙ୍କ ଅଂଚଳରେ ବାୟୁ ପ୍ରଦୂଷଣର ସେମାନଙ୍କ ହାରାହାରି ପରମାୟୁ ଉପରେ ପ୍ରଭାବ ସମ୍ପର୍କରେ ଜାଣି ପାରିବେ। ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ(AQLI)ର ତଥ୍ୟ ଅନୁସାରେ ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ ରୋକା ଯାଇ ପାରିଲେ ଅଧିବାସୀମାନଙ୍କର ହାରାହାରି ପରମାୟୁ ଦୁଇ ବର୍ଷ ସାତ ମାସ ବୃଦ୍ଧି କରାଯାଇ ପାରନ୍ତା। କେବଳ ଭୁବନେଶ୍ୱର ନୁହେଁ ଭାରତର ସବୁ ଜିଲ୍ଲା ପାଇଁ ଏହି ତଥ୍ୟ ଉପଲବ୍ଧ। ଏହି ତଥ୍ୟ ଜନସାଧାରଣ ଓ ପ୍ରଶାସନକୁ ସଚେତନ କରିବା ସହ ବାୟୁ ପ୍ରଦୂଷଣର ମୁକାବିଲା ଦିଗରେ ସେମାନଙ୍କୁ ପ୍ରସ୍ତୁତ ହେବାରେ ସାହାଯ୍ୟ କରିବ ବୋଲି ସେ ମତ ବ୍ୟକ୍ତ କରିଥିଲେ।
ବାୟୁ ପ୍ରଦୂଷଣ ରୋକିବା ଦିଗରେ ଜନସାଧାରଣ କିପରି ସକ୍ରିୟ ଭୂମିକା ଗ୍ରହଣ କରି ପାରିବେ ସେ ସମ୍ପର୍କରେ ନିଜ ମତ ରଖି ଅଂକୁର ଫାଉଣ୍ଡେସନର ସାଧାରଣ ସମ୍ପାଦିକା ଚିନ୍ମୟୀ ପଣ୍ଡା କହିଥିଲେ ଯେ ଭୁବନେଶ୍ୱରରେ ବର୍ତ୍ତମାନ ପାଖାପାଖି ଅଠର ଲକ୍ଷ ଯାନବାହାନ ରହିଛି। ବ୍ୟକ୍ତିଗତ ବାହାନ ଅପେକ୍ଷା ଯିବା ଆସିବା ପାଇଁ ସାଧାରଣ ପରିବହନ ବ୍ୟବସ୍ଥାକୁ ଅଧିକ ବ୍ୟବହାର କଲେ ବାୟୁ ପ୍ରଦୂଷଣକୁ ଅନେକ ମାତ୍ରାରେ ରୋକି ହୁଅନ୍ତା। ଏହାଛଡା, କୌଣସି ନିର୍ମାଣ ବା ଭଙ୍ଗାରୁଜା ବେଳେ ଯେପରି ସର୍ବନିମ୍ନ ପ୍ରଦୂଷଣ ହେବ ସେ ସମ୍ପର୍କରେ ସମସ୍ତେ ସଚେତନ ହେବା ଉଚିତ ବୋଲି ସେ କହିଥିଲେ। ଏହି ପ୍ରସଙ୍ଗରେ ଅଧିକ ଆଲୋଚନା କରି ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ କହିଥିଲେ ଯେ ବାୟୁ ପ୍ରଦୂଷଣ ରୋକିବା ପାଇଁ ଥିବା ନିୟମ ଗୁଡିକର ପାଳନ କଡାକଡି ଭାବେ କରାଯିବା ଉଚିତ। ଆମ ଚାରିପାଖର ବାୟୁ ମଣ୍ଡଳ ଯେପରି ସ୍ୱଚ୍ଛ ରହିବ ସେ ଦିଗରେ ଆମେ ସମସ୍ତେ ସଚେତନ ହେବାର ସମୟ ଆସିଛି।
ଏହି ସଚେତନତା କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ଓ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାମାନେ ଯୋଗ ଦେଇଥିଲେ। ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ମୁଖ୍ୟ ଡ଼ଃ ନଳିନୀ ସଭା ପରିଚାଳନା କରିଥିଲେ ଓ ବରିଷ୍ଠ ଅଧ୍ୟାପିକା ରାଜଲକ୍ଷ୍ମୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.