କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ, କହିଲେ..

ଭୁବନଶ୍ବର: ଆଜି ହେଉଛି ଗାନ୍ଧୀ ଜୟନ୍ତୀ। ବିଜୁ ଜନତା ଦଳ ଆଜି ରାଜ୍ୟରେ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏଥିସହିତ କର୍ମୀଙ୍କୁ ଦେଇଛନ୍ତି ଗୁରୁମନ୍ତ୍ର। ଏହି ଅବସରରେ ବିଜୁ ଜନତା ଦଳରେ ସୋସିଆଲ ସର୍ଭିସ ଓ୍ବିଙ୍ଗ ଆରମ୍ଭ ହୋଇଛି। ଜନସଂପର୍କ ପଦଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ଘୋଷଣା କରିଛନ୍ତି। ଏହି ଅବସରରେ ଦଳୀୟ ନେତାଙ୍କୁ ମନ୍ତ୍ର ଦେଲେ ନବୀନ। ଲୋକଙ୍କ ସମସ୍ୟା ବୁଝିବାକୁ ଦଳୀୟ ନେତାଙ୍କୁ କହିଲେ ମୁଖ୍ୟମନ୍ତ୍ରୀ। ସରକାରଙ୍କ ଭଲ କାମ ଲୋକଙ୍କ ପାଖରେ ପହଞ୍ଚାଅ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
Comments are closed.