ମୁହାଁମୁହିଁ ହେଲେ ତହସିଲଦାର-ବିଧାୟକ

ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି କଚେରୀ ପରିସର ରେ ମୋହରିରମାନେ ଚାଳିଆ କରି ବସିଥିବା ବେଳେ ଆଜି ସେଗୁଡିକୁ ନୀଳଗିରି ତହସିଲଦାର ଓ ସହକାରୀ ଜିଲ୍ଲାପାଳ ମେସିନ ସାହାଯ୍ୟରେ ଭାଙ୍ଗିବା ନେଇ ଘଟଣା ଉଗ୍ରରୂପ ନେଇଛି।
ଆଜି ସକାଳେ ହଠାତ୍ ଏହା ଭାଙ୍ଗିବାକୁ ବିରୋଧ କରି ସ୍ଥାନୀୟ ବିଧାୟକ ସୁକାନ୍ତ ନାୟକ ଥଇଥାନ ନକରି କାହିଁକି ଭାଙ୍ଗୁଛ ବୋଲି ପଚାରିଥିଲେ। ଏହାକୁ ନେଇ ଉଭୟଙ୍କ ଭିତରେ ବଚସା ଲାଗିଥିଲା। ଭଙ୍ଗା ବନ୍ଦ ହେବାପରେ ବିଧାୟକଙ୍କୁ ସରକାରୀ କର୍ମଚାରୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ନେଇ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି।
Comments are closed.