Odisha Link
Bridging the Missing Links in Odisha

ଟ୍ରାଫିକ୍‌ ନିୟମକୁ ଫୁ: ରାସ୍ତାରେ ଷ୍ଟଣ୍ଟ୍‌ ଦେଖାଇଲେ ଯୁବକ

ରାଉରକେଲା: ସାରା ଦେଶରେ ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହୋଇଛି। ଯାହାଫଳରେ ଟ୍ରାଫିକ୍‌ ନିୟମକୁ ବହୁତ କଡ଼ାକଡ଼ି କରାଯାଇଛି। ଏପରିକି ଆଇନ ଉଲ୍ଲଂଘନ କଲେ ମୋଟା ଅଙ୍କର ଜୋରିମାନା ଆଦାୟ କରାଯାଉଛି। ଅବଶ୍ୟ ରାଜ୍ୟରେ ତିନି ମାସ ପାଇଁ ଜୋରିମାନା ଆଦାୟକୁ କୋହଳ କରାଯାଇଛି। ଆଉ ଏହାର ଫାଇଦା ନେଉଛନ୍ତି ଯୁବ ଗୋଷ୍ଠୀ। ଟ୍ରାଫିକ୍‌ ନିୟମକୁ ବେଖାତିର କରି ରାଉରକେଲାରେ କିଛି ଯୁବକ ଅତ୍ୟନ୍ତ ବେପରୁଆ ଭାବେ ଗାଡ଼ି ଚଳାଉଥିବା ଦେଖିବାକୁ ମିଳିଛି। ଏହାର ଏକ ଭିଡିଓ ଏବେ ସୋଶିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ବାଇକ୍‌ରେ ତିନି ଜଣ ଯୁବକ ବିଏସ୍‌ଏନ୍‌ଏଲ୍ ଛକରୁ ମାଲଗୋଦାମ ରାସ୍ତା ମଧ୍ୟରେ ବିଭିନ୍ନ ପ୍ରକାର ଷ୍ଟଣ୍ଟ୍‌ ଦେଖାଇଛନ୍ତି। ଜଣେ ଯୁବକ ଗାଡ଼ି ଚଲାଉ ଥିବା ବେଳେ ଅନ୍ୟ ଜଣେ ଗାଡ଼ି ପଛରେ ବସିଛି। ଆଉ ଜଣେ ଯୁବକ ଗାଡ଼ି ମଝିରେ ଠିଆ ହୋଇ ଦୁଇ ହାତ ହଲାଇ ରାସ୍ତା ମଝିରେ ବିଭିନ୍ନ ପ୍ରକାର ଷ୍ଟଣ୍ଟ୍‌ ଦେଖାଉଛି।

Comments are closed.