Odisha Link
Bridging the Missing Links in Odisha

ଭୁବନେଶ୍ବରରୁ ନୟାଗଡ଼ ଗଡ଼ିଲା ସେବା ଏକ୍ସପ୍ରେସ ଟ୍ରେନ୍

ଭୁବନେଶ୍ବର: ଭୁବନେଶ୍ୱରରୁ ନୟାଗଡ଼ ଟାଉନ ଗଡ଼ିଲା ସେବା ସର୍ଭିସ୍‌ ଏକ୍ସପ୍ରେସ। ଆଜି କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ ନୂଆଦିଲ୍ଲୀଠାରେ ଭିଡିଓ କନ୍‌ଫରେନସିଙ୍ଗ ମାଧ୍ୟମରେ ଭୁବନେଶ୍ୱର-ନୟାଗଡ଼ ଟାଉନ ସେବା ଏକ୍ସପ୍ରେସ ସହିତ ଦେଶର ବିଭିନ୍ନ ପ୍ରାନ୍ତରେ ଆହୁରି ୯ଟି ସେବା ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିଛନ୍ତି। ଏହି ଉଦଘାଟନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଡ. ହର୍ଷବର୍ଦ୍ଧନ ଉପସ୍ଥିତ ଅଛନ୍ତି।

ଅପରପକ୍ଷେ ଭୁବନେଶ୍ବର ରେଳ ଷ୍ଟେସନରେ ଆୟୋଜିତ କାର୍ୟ୍ୟକ୍ରମରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, କୃଷି ମନ୍ତ୍ରୀ ଅରୁଣ ସାହୁ ଓ ଏସ୍‌ଏସ୍‌ଇପିଡି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ପିନାକୀ ମିଶ୍ର ଓ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ସୁଶାନ୍ତ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ନୟାଗଡ଼ବାସୀଙ୍କ ପାଇଁ ଖୁସି ଖବର। କାରଣ ପୂରଣ ହେବ ନୟାଗଡ଼ବାସୀଙ୍କ ବହୁ ଦିନର ସ୍ୱପ୍ନ। ଆଜିଠୁ ରାଜଧାନୀ ଭୁବନେଶ୍ବରରୁ ନୟାଗଡ଼ ଟାଉନ ମଧ୍ୟରେ ସେବା ଏକ୍ସପ୍ରେସ ଟ୍ରେନ୍‌ ଗଡ଼ିଲା। ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ନ ଥିଲେ ବି ସହରବାସୀଙ୍କ ପାଇଁ ଏହା ଏକ ଖୁସି ଖବର। ତେବେ ଏହି ଟ୍ରେନର ନାଁ ‘ସେବା ସର୍ଭିସ୍ ଏକ୍ସପ୍ରେସ୍’ ରହିଛି। ଆଉ ଏହି ‘ସେବା ସର୍ଭିସ ଏକ୍ସପ୍ରେସ୍‘ ଏହି ଟ୍ରେନ୍‌ ଭୁବନେଶ୍ୱରରୁ ପ୍ରତିଦିନ ସନ୍ଧ୍ୟା ୬ଟା ୪୦ମିନିଟ୍‌ରେ ଛାଡ଼ି ନୟାଗଡ଼ ଟାଉନରେ ରାତି ୮ଟା ୪୫ମିନିଟ୍‌ରେ ପହଞ୍ଚିବ। ଫେରିବା ପଥରେ ଏହି ଟ୍ରେନ୍ ନୟାଗଡ଼ ଟାଉନଠାରୁ ସକାଳ ୬ଟା୩୦ମିନିଟ୍‌ରେ ଛାଡ଼ି ଭୁବନେଶ୍ୱରରେ ପୂର୍ବାହ୍ନ ୯ଟାରେ ପହଞ୍ଚିବ।

Comments are closed.