ବିଜେପୁର: ନବୀନ, ସୌମ୍ୟଙ୍କୁ ପଛରେ ପକାଇଲେ ରୀତା

ଭୁବନେଶ୍ବର: ବିଜେପୁର ଉପନିର୍ବାଚନରେ ବାଜିମାତ୍ ମାରିଛି ବିଜେଡି। ବିଜେଡି ପ୍ରାର୍ଥୀ ରୀତା ସାହୁ ବିପୁଳ ଭୋଟରେ ବିଜୟୀ ଲାଭ କରିଛନ୍ତି। ଏଥିସହିତ ନୂଅ ରେକର୍ଡର ଅଧିକାରୀ ହୋଇଛନ୍ତି ରୀତା ସାହୁ। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପଛରେ ପକାଇଛନ୍ତି ରୀତା।
୨୦୧୯ ସାଧାରଣ ନିର୍ବାଚନରେ ଖଣ୍ଡପଡାରୁ ବିଜେଡି ପ୍ରାର୍ଥୀ ସୌମ୍ୟ ରଞ୍ଜନ ପଟ୍ଟନାୟକ ସର୍ବାଧିକ ୮୧,୪୩୦ ଭୋଟ ବ୍ୟବଧାନରେ ଜିତିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୭,୧୨୨ ଖଣ୍ଡ ଭୋଟରେ ଜିତି ଦ୍ୱିତୀୟ ସ୍ଥାନରେ ରହିଥିଲେ। ମାତ୍ର ଚଳିତ ବିଜେପୁର ଉପନିର୍ବାଚରେ ବିଜେଡି ପ୍ରାର୍ଥୀ ରୀତା ସାହୁ ନିଜ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କୁ ୯୭,୯୯୪ ଭୋଟରେ ମାତ୍ ରେକର୍ଡ ସୃଷ୍ଟି କରିଛନ୍ତି। ରୀତା ସାହୁ ଚଳିତ ଉପନିର୍ବାଚରେ ୧ ଲକ୍ଷ ୩୫ ହଜାର ୯୪୯ ଖଣ୍ଡ ଭୋଟ ପାଇଛନ୍ତି।
ଏହି ଐତିହାସିକ ବିଜୟ ପାଇଁ ରୀତା ସାହୁଙ୍କୁ ଫୋନଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ରୀତାଙ୍କ ଏହି ବିଜୟ ପଛରେ ମନ୍ତ୍ରୀ ଅରୁଣ ସାହୁ, ବିଜେଡିର ତୁଙ୍ଗନେତା ସଞ୍ଜୟ ଦାସବର୍ମା ଓ ଯୁବ ବିଧାୟକ ପ୍ରଣବ ପ୍ରକାଶ ଦାସ ପ୍ରମୁଖଙ୍କ ଅକ୍ଲାନ୍ତ ପରିଶ୍ରମ ଦଳର ସ୍ୱାଭିମାନ ବଜାୟ ରଖିବାରେ ସଫଳ ହୋଇଛି।
ସୂଚନା ଥାଉକି, ବିଜେପୁର ଉପନିର୍ବାଚ ପାଇଁ ଯେତେବେଳେ ପ୍ରାର୍ଥୀଙ୍କ ଚୟନ ତାଲିକା ପ୍ରସ୍ତୁତ କରାଯାଉଥିଲା ସେତେବେଳେ ରୀତାଙ୍କ ସହ ଅନ୍ୟ ଦୁଇ ଜଣଙ୍କ ନାଁ ମଧ୍ୟ ସେ ତାଲିକାରେ ଥିଲା। ବିଜେପୁର ସର୍ଭେ ରିପୋର୍ଟ ଅନୁଯାୟୀ ରୀତାଙ୍କ ସ୍ଥିତି ସେଠାରେ ଏତେ ସୁଦୃଢ଼ ନଥିବା ଶୁଣିବାକୁ ମିଳୁଥିଲା। ମାତ୍ର ଏଥିରେ ମୁଖ୍ୟମନ୍ତ୍ରୀ ନିଜ ନିଷ୍ପତ୍ତି ବଦଳାଇ ନଥିଲେ। ସେ ରୀତାଙ୍କ ଉପରେ ଅତୁଟ ବିଶ୍ୱାସ ରଖିଥିଲେ। ଯାହାକି ଆଜି ବିଜେଡିର ଐତିହାସିକ ବିଜୟରେ ପରିଣତ ହୋଇଛି।
Comments are closed.