Odisha Link
Bridging the Missing Links in Odisha

ବ୍ରାଜିଲ ଯିବାକୁ ହେଲେ ଭାରତୀୟଙ୍କୁ ଆଉ ଦରକାର ପଡ଼ିବ ନାହିଁ ଭିସା: ବ୍ରାଜିଲ ରାଷ୍ଟ୍ରପତି

ବ୍ରାଜିଲ: ଏଣିକି ବ୍ରାଜିଲ ଭ୍ରମଣରେ ଗଲେ ଭାରତୀୟଙ୍କୁ ଆଉ ଭିସା ଦରକାର ହେବ ନାହିଁ। ଏଭଳି କହିଛନ୍ତି ବ୍ରାଜିଲ ରାଷ୍ଟ୍ରପତି ଜୈର୍‌ ବଲ୍‌ସନାରୋ। ସେ କହିଛନ୍ତି ଯେ, ବ୍ରାଜିଲ୍‌ ଭ୍ରମଣରେ ଆସୁଥିବା ଚୀନ୍‌ ଏବଂ ଭାରତୀୟ ପର୍ଯ୍ୟକଟ କିମ୍ବା ବ୍ୟବସାୟୀମାନଙ୍କ ଲାଗି ଭିସା ଦରକାର ହେବନାହିଁ।

ଏଇ ବର୍ଷ ପ୍ରାରମ୍ଭରେ କ୍ଷମତାସୀନ ହୋଇଥିବା ଦକ୍ଷିଣ ପନ୍ଥୀ ରାଜନେତା ବଲ୍‌ସନାରୋ ବ୍ରାଜିଲ୍‌କୁ ଆସୁଥିବା ଅନେକ ବିକାଶଶୀଳ ଦେଶର ନାଗରିକମାନଙ୍କ ପାଇଁ ଭିସା ଆବଶ୍ୟକତା ହ୍ରାସ କରାଇଛନ୍ତି। ସରକାରୀ ଗସ୍ତରେ ଚୀନ୍‌ରୁ ପ୍ରତ୍ୟାବର୍ତ୍ତନ କରିବା ପରେ ଗତକାଲି ସେ ଏହି ଘୋଷଣା କରିଛନ୍ତି। ଏହା ହେଉଛି ବିକାଶମୁଖୀ ବିଶ୍ୱକୁ ତାଙ୍କ ନୀତି ବିସ୍ତାର କରିବାର ପ୍ରଥମ ଘଟଣା।

ଏ ବର୍ଷ ପ୍ରାରମ୍ଭରେ ବ୍ରାଜିଲ୍‌ ସରକାର ଯୁକ୍ତରାଷ୍ଟ୍ର ଆମେରିକା, କାନାଡା, ଜାପାନ ଏବଂ ଅଷ୍ଟ୍ରେଲିଆ ଆଦି ଦେଶର ପର୍ଯ୍ୟଟକ ଏବଂ ବ୍ୟବସାୟୀଙ୍କ ଭିସା ଆବଶ୍ୟକତା ଉଠାଇ ଦେଇଥିଲେ। କିନ୍ତୁ, ଉପରୋକ୍ତ ଦେଶ ଗସ୍ତରେ ଯାଉଥିବା ବ୍ରାଜିଲୀୟ ନାଗରିକମାନଙ୍କ ପାଇଁ ସମ୍ପୃକ୍ତ ଦେଶର କର୍ତ୍ତୃପକ୍ଷମାନେ ଭିସା ବ୍ୟବସ୍ଥା ପରିହାର କରି ନାହାନ୍ତି।

Comments are closed.