ସ୍କୁଲର ଉପସ୍ଥାନ ସିଧା ଦେଖିବ ଲୋକସେବା ଭବନ
ଭୁବନେଶ୍ବର: ରାଜ୍ୟର ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନକୁ ଲୋକସେବା ଭବନରୁ ସିଧାସଳଖ ଦେଖିବ ଗଣଶିକ୍ଷା ବିଭାଗ। ଖୁବ୍ ଶୀଘ୍ର ସ୍କୁଲରେ ଲାଗୁ ହେବ ଅନ୍ଲାଇନ ଉପସ୍ଥାନ ବ୍ୟବସ୍ଥା। ଏହି ବ୍ୟବସ୍ଥା ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ପାଇଁ ହେବ ଲାଗୁ ହେବ। ଏହା ଦ୍ବାରା ଜାଣି ହେବ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥାନ। ପାଇଲଟ୍ ପ୍ରକଳ୍ପ ଭାବେ ପ୍ରତମେ ଗୋଟିଏ ଜିଲ୍ଲାର ଗୋଟିଏ ସ୍କୁଲରେ ଏହି ବ୍ୟବସ୍ଥା ଲାଗୁ ହେବ। ଉପସ୍ଥାନ ସୂଚନା ଲାଗି ସିଧା ସ୍କୁଲରୁ ସିଧା ଲୋକସେବା ଭବନକୁ ସଂଯୋଗୀକରଣ ହେବ।
ସେହିଭଳି ରାଜ୍ୟରେ ୧୦୦ଟି ସ୍କୁଲ ଅଫ୍ ଏକ୍ସଲେନ୍ସ ଚିହ୍ନଟ ହେବ। ଚଳିତବର୍ଷଠାରୁ ୧୦୦ଟି ସ୍କୁଲରେ ସ୍ପୋକନ୍ ଇଂଗ୍ରାଜୀ ସହ କମ୍ପ୍ୟୁଟର ଶିକ୍ଷା ଆରମ୍ଭ ହେବ। ଏଥିପାଇଁ ସ୍କୁଲକୁ ଭିତ୍ତିଭୂମୀ ଯୋଗାଇ ଦିଆଯିବ । ସେହିଭଳି ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ହେଲ୍ପ ଲାଇନ୍ ନମ୍ବର ଜାରି କରିଛି ଗଣଶିକ୍ଷା ବିଭାଗ। ହେଲ୍ପ ଲାଇନ୍ ନମ୍ବର ହେଉଛି ୧୪୪୧୭।
Comments are closed.