ପାରାଦୀପ ପିଆଇସିଟି କମ୍ପାନୀରେ ଦୁର୍ଘଟଣା
ପାରାଦୀପ: ପାରାଦୀପ ପିଆଇସିଟି କମ୍ପାନୀ ଭିତରେ କୟେଲ ଲୋଡିଂ ସମୟରେ ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି। ଗୁରୁତର ଶ୍ରମିକ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ଓସ୍ତର ଗ୍ରାମର ମନୋଜ ମଲ୍ଲିକ।
ମିଳିଥିବା ସୂଚନା ଅନୁସାରେ, କମ୍ପାନୀ ଭିତରୁ ଫୋରଲିଫ୍ଟ ମେସିନ ଦ୍ବାରା ପ୍ରଥମେ ଟେଲର ଗାଡ଼ିରେ କୟେଲ ଲୋଡିଂ କରାଯାଇ ପରେ ଜାହାଜକୁ ବଡ଼ ଲୋଡିଂ କରାଯାଇଥାଏ। ତେବେ କୌଣସି କାରଣରୁ ଫୋରଲିଫ୍ଟ ମେସିନ ସହ କୟେଲଟି ଶ୍ରମିକଙ୍କ ଦୁଇ ଗୋଡ଼ରେ ପିଟି ହୋଇଯାଇଥିଲା। ତେବେ ଗୁରୁତର ଭାବେ ମନୋଜଙ୍କୁ କଟକ ପଠାଇ ଦିଆଯାଇଥିବା ବେଳେ କ୍ଷତିପୂରଣ ଦାବିରେ ଶ୍ରମିକମାନେ କମ୍ପାନୀ ଫାଟକ ସମ୍ମୁଖରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି।
ସବୁଠାରୁ ବଡ଼କଥା ହେଉଛି କମ୍ପାନୀ ଭିତରେ ବିଭିନ୍ନ ସମୟରେ ଏଭଳି ଘଟଣା ଘଟିବା ଓ ତା ଉପରେ ଶ୍ରମିକମାନଙ୍କୁ ସୁରକ୍ଷା ସରଞ୍ଜାମ ଯୋଗାଇ ନ ଦେବା ନେଇ ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଏହି ଘଟଣା ଆଜି ସକାଳୁ ଘଟିଥିବା ଶ୍ରମିକମାନେ ପ୍ରକାଶ କରିଛନ୍ତି। ଘଟଣାସ୍ଥଳରେ ପାରାଦୀପ ଆଦର୍ଶ ଥାନା ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Comments are closed.