ରିଫମ୍ୟାନ ମିଲ୍କ ମନ୍ତ୍ର ପରିଦର୍ଶନ କଲେ ଜେନେରାଲ ଜୋଏଲ

ଭୁବନେଶ୍ୱର: ମିଲ୍କ ମନ୍ତ୍ର ଏହାର ବିଶେଷ ଦାୟିତ୍ୱପୂର୍ଣ୍ଣ ବିଜିନେସ ମଡେଲ ଯେଉଁଥିରେ ନୈତିକଭାବେ ଦୁଗ୍ଧ ସଂଗ୍ରହ କରି ନିଜର ଫ୍ଲାଗସିପ୍ ମିଲ୍ମ ବ୍ରାଣ୍ଡ ମିଲ୍ମ ଦ୍ୱାରା ବିଶ୍ୱର ଅନେକ ବୁଦ୍ଧୀଜୀବିଙ୍କ ଧ୍ୟାନ ଆକର୍ଷଣ କରି ଆସୁଛି । ଏହି କ୍ରମରେ ହାଇଦ୍ରାବାଦର ୟୁଏସ କନସୁଲ ଜେନେରାଲ ଜୋଏଲ ରିଫମ୍ୟାନ୍ ଏବଂ ତାଙ୍କ ଦଳ ମିଲ୍କ ମନ୍ତ୍ର ପରିଦର୍ଶନରେ ଆସିଛନ୍ତି । ଏହି ଦଳରେ କ୍ରିଷ୍ଟେନ ଲୋହେର ରାଜନୈତିକ ଏବଂ ଅର୍ଥନୈତିକ ମୁଖ୍ୟ,ସାଂସ୍କୃତିକ କାର୍ଯ୍ୟକ୍ରମ ଉପଦେଷ୍ଟା ସଲୀଲ କାଦେର ଏବଂ ଅର୍ଥନୈତିକ ବିଶେଷଜ୍ଞ ଶ୍ରୀଯୁକ୍ତ ଶିବ ତ୍ରିପାଠୀ ଯୋଗ ଦେଇଥିଲା । ସେ ଏଠାରେ ମିଲ୍କ ମନ୍ତ୍ର ଦ୍ୱାରା କିପରି ୨.୫ ଲକ୍ଷ ପରିବାରଙ୍କ ଜୀବନରେ ଉନ୍ନତି ଆସିଛି ତାହା ବିଷୟରେ କଥା ହୋଇଛନ୍ତି । ଡିଜିଟାଲ ଅର୍ଥନୈତିକ ସେବା ଦ୍ୱାରା ଏକ ସ୍ୱଚ୍ଛ ବ୍ୟବସ୍ଥା ତିଆରି କରି ସେ କିପରି ଚାଷୀମାନଙ୍କୁ ସିଧା ସଳଖ ପ୍ରାପ୍ୟ ରାଶି ପ୍ରଦାନ କରି ମିଲ୍କ ମନ୍ତ୍ର ଗ୍ରହଣ କରିଥିବା ବିଜିନେସ ମଡେଲକୁ ଭୂୟସୀ ପ୍ରଶଂସା କରିଛନ୍ତି । ଏହି ଅବସରରେ କମ୍ପାନୀର ପ୍ରତିଷ୍ଠାତା ଏବଂ ସିଇଓ କୁମାର ମିଶ୍ର ଏହି ଅତିଥି ଦଳଙ୍କୁ ସ୍ୱଚ୍ଛତା, ଶୁଦ୍ଧ ଏବଂ ନୂତନ ଉଦ୍ଭାବନ ଉପରେ ଜୋରଦେଉଥିବା ଏହି ଭ୍ୟାଲୁ ଚେନ୍ ବିଶିଷ୍ଟ ବ୍ୟବସ୍ଥାରେ କିପରି ୬୦୦୦ ଚାଷୀମାନଙ୍କଠାରୁ ଶୁଦ୍ଧ ଗାଈ କ୍ଷୀର ସଂଗ୍ରହ କରାଯାଉଛି ସେ ବିଷୟରେ ବୁଝାଇଥିଲେ । କ୍ଷୀର ଚାଷୀମାନେ ଏକ ଡିଜିଟାଲ ବ୍ୟବସ୍ଥାରେ ଗ୍ରାମୀଣ ଆର୍ଥିକ ପରିସଂସ୍ଥାରେ କିପରି ମଧ୍ୟସ୍ଥିଙ୍କ ବିନା ନିଜର ପ୍ରାପ୍ୟ ପାଇ ପାରିବେ ତାହା ନେଇ ଏକ ବ୍ୟବସ୍ଥା ତିଆରି କରିବା ଉପରେ ରିଫମ୍ୟାନ ଏବଂ କୁମାରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହି ଦାୟିତ୍ୱପୂର୍ଣ୍ଣ ବିଜିନେସ ମଡେଲ ଯାହାକି ବିଭିନ୍ନ ବୈଷୟିକ ଜ୍ଞାନ କୌଶଳ ଯଥା କ୍ଲାଉଡ୍ ଭିତ୍ତିକ ତଥ୍ୟ ସଂଗ୍ରହ ବ୍ୟବସ୍ଥା ଯେଉଁଥିରେ ଚାଷୀ ସ୍ତରରେ ଡିଜିଟାଲ ଅର୍ଥନୈତିକ ସେବା ଅର୍ନ୍ତଭୁକ୍ତ ତାକୁ ନେଇ ରିଫମ୍ୟାନ ବେଶ୍ ପ୍ରଭାବିତ ହୋଇଥିଲେ । ଏହି ଅବସରରେ ସେ ଚାରିଜଣ ମହିଳା ଦୁଗ୍ଧଚାଷୀ ଯେଉଁମାନେ କି ମିଲ୍କ ମର ଏକ ଅଭିନ୍ନ ଅଂଗ ଏବଂ ଯେଉଁମାନଙ୍କର ରୋଜଗାର ବର୍ଷକୁ ୭୦% ଯାଏ ବୃଦ୍ଧିପାଇଛି ସେମାନଙ୍କ ସହ ରିଫମ୍ୟାନ କଥାବାର୍ କରିଥିଲେ ।
ମିଲ୍କ ମର ପ୍ରତିଷ୍ଠାତା ଏବଂ ପରିଚାଳନା ନିର୍ଦ୍ଦେଶକ କୁମାର ମିଶ୍ର କହିଲେ ଯେ କନସୁଲ ଜେନେରାଲଙ୍କ ପରିଦର୍ଶନ ଏବଂ ଆମ କାମର ପ୍ରଶଂସା ଆମ ପାଇଁ ସତରେ ଏକ ଅବିସ୍ମରଣୀୟ ମୂହୂର୍ତ୍ତ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ନିଜର ଏହି ଉଦ୍ୟମ ବଳରେ ଏକ ଦାୟିତ୍ୱସଂପର୍ଣ୍ଣ ବିଜିନେସ ମଡେଲ ପ୍ରସ୍ତୁତ କରି ଓଡିଶାକୁ ବିଶ୍ୱ ସ୍ତରୀୟ ନିବେଶ ଆଣି ପାରିଛି । ବିଶ୍ୱର ସର୍ବବୃହତ ଆସେଟ ପରିଚାଳନା କମ୍ପାନୀ ବୋଲାଉଥିବା ଆମେରିକାନ ଫଣ୍ଡ ଫିଡେଲିଟି ଏଥିରେ ନିବେଶ କରିଛି । ଏହା ପୂର୍ବରୁ ଏହି ଦୁଗ୍ଦ ଉତ୍ପାଦନକାରୀ ସଂସ୍ଥା ବିଟ୍ରଶ୍ ହାଇ କମିଶନର ଏବଂ ଆରବିଆଇର ପୂର୍ବତନ ଗର୍ଭର୍ଣ୍ଣରଙ୍କୁ ଯଥାକ୍ରମେ ଭୁବନେଶ୍ୱର ଏବଂ ପୁରୀରେ ଥିବା ନିଜ କେନ୍ଦ୍ରକୁ ନିମବଣ କରିସାରିଛି । ଏହି କମ୍ପାନୀ ବିଷୟରେ ମଧ୍ୟ ପୂର୍ବରୁ ୱାଲ ଷ୍ଟ୍ରିଟ୍ଜ କର୍ଣ୍ଣାଲ, ଫୋବର୍ସ, ଫରଚ୍ୟୁନ ଏବଂ ଅନ୍ୟ ପତ୍ରିକାରେ ସବିଶେଷ ବିବରଣୀ ପ୍ରକାଶ ପାଇଛି । ଏହି କମ୍ପାନୀକୁ ନେଇ ଷ୍ଟାନଫୋର୍ଡ ବିଜିନେସ ସ୍କୁଲ ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଂଟ ଅହମଦାବାଦରେ କେସ ଅଧ୍ୟୟନ ରୂପେ ସ୍ଥାନିତ କରାଯାଇଛି । ମିଲ୍କମନ୍ତ୍ର ବିଷୟରେ ମିଲ୍କ ମନ୍ତ୍ର ହେଉଛି ଭାରତର ପ୍ରଥମ ଭେଂଚର କ୍ୟାପିଟାଲ ବିଶିଷ୍ଟ କୃଷି ଏବଂ ପାନୀୟ ଷ୍ଟାର୍ଟ ଅପ । ଶ୍ୱେତ ବିପ୍ଲବ ଆଣିବା ପାଇଁ ଉଦ୍ଦିଷ୍ଟ ଏହି ଉଦ୍ୟମ ଖାଉଟି ଆଖି ଆଗରେ ରଖି ତିଆରି କରାଯାଇଛି । ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଥିବା ଯୋଗାଣ ଶିକୁଳୀ ଦ୍ୱାରା ଏହି ସମଗ୍ର ଯୋଜନା ଏବଂ ଯୋଗାଣ ଶିକୁଳୀ ସମଗ୍ର ପୂର୍ବ ଭାରତରେ ଅଭିନବ । ଏଥିରେ ସାରା ଦେଶରେ ପୂର୍ବରୁ ଦେଖାଯାଇନଥିବା ଅନେକ ଉଦ୍ଭାବନ ସାମିଲ ଅଛି । ସେଥିରେ ନୈତିକଭାବେ କ୍ଷୀର ସଂଗ୍ରହ ନେଟୱାର୍କ, ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଅଲଗା ବ୍ରାଣ୍ଡିଂ ଆଦି ଅର୍ନ୍ତଭୁକ୍ତ ।
Comments are closed.