ସରକାରଙ୍କ ଭାଷାପ୍ରୀତି: ଓଡ଼ିଶା ବସ୍ରେ ଓଡ଼ିଆ ନାହିଁ
କୋରାପୁଟ: ଓଡ଼ିଶାର ବସ୍। ତାହା ପୁଣି ରାଜ୍ୟ ସରକାରଙ୍କ ମାଲିକାନାରେ ରହିଛି। ଅଥଚ ବସ୍ର ନାମଫଳକରେ ଓଡ଼ିଆ ପରିବର୍ତ୍ତେ ଇଂରାଜୀ ଆଉ ତେଲୁଗୁ ଭାଷା ଦେଖିବାକୁ ମିଳିଛି।
ଓଡି ୧୦ଏଚ୍ ୪୭୮୭ ନମ୍ବର ବିଶିଷ୍ଟ ଏହି ବସ୍ଟି ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଅଧୀନରେ ରହିଛି। ଆନ୍ତଃରାଜ୍ୟ ରୁଟ୍ରେ ଚଳାଚଳ କରୁଥିବା ଏ ବସ୍ଟି ଓଡ଼ିଶାର କୋରାପୁଟରୁ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଯାତ୍ରା କରୁଛି। ଆନ୍ତଃରାଜ୍ୟ ବସ୍ ହୋଇଥିବାରୁ ଏଥିରେ ଆନ୍ଧ୍ରର ଭାଷା ତେଲୁଗୁ ରହିବା ସ୍ବାଭାବିକ। ତେବେ ଏଥିରେ ଓଡ଼ିଆ ଭାଷା ବଦଳରେ ଇଂରାଜୀ ଲେଖାଯିବା ଅଧିକ ଦୁଃଖଦାୟକ।
ବସ୍ଟି କୋରାପୁଟର ପଟ୍ଟାଙ୍ଗୀ, ସେମିଳିଗୁଡ଼ା, ସୁଙ୍କି ଆଦି ଅଞ୍ଚଳ ଦେଇ ଯାଉଥିବା ବେଳେ ଏହା ଓଡ଼ିଆ ବହୁଳ ଅଞ୍ଚଳ। ଅଥଚ ଶାସ୍ତ୍ରୀୟ ଓଡ଼ିଆ ଭାଷା ପାଇଁ ସରକାର ନାନାବିଧ କାର୍ଯ୍ୟକ୍ରମ ଓ ଯୋଜନା କରୁଥିବା ବେଳେ ଖୋଦ ରାଜ୍ୟ ସରକାରଙ୍କ ଏ ବସ୍ରେ ଓଡ଼ିଆ ଭାଷା ନ ଲେଖାଯିବା ଅତ୍ୟନ୍ତ ପରିତାପର ବିଷୟ।
Comments are closed.