Odisha Link
Bridging the Missing Links in Odisha

ଥାଇଲାଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଆଜିଠୁ ତିନିଦିନିଆ ଥାଇଲାଣ୍ଡ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଏସଆନ-ଭାରତ, ପୂର୍ବ ଏସିଆ ଏବଂ ଆରସିଇପି ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆଜି ଥାଇଲାଣ୍ଡରେ ପହଞ୍ଚିବା ପରେ ସେଠିକାର ପ୍ରବାସୀ ଭାରତୀୟଙ୍କୁ ସମ୍ୱୋଧିତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

ଏଥିସହ ଗୁରୁ ନାନକ ଦେବଙ୍କ ୫୫୦ ଜୟନ୍ତୀ ଅବସରରେ ସ୍ମାରକ କଏନର ଉନ୍ମୋଚନ କରିବେ ବୋଲି ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି। ଥାଇଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ମୋଦି ଏହି ଗସ୍ତ କରିଛନ୍ତି।

ଆସନ୍ତାକାଲି ୧୬ତମ ଏସିଆନ-ଭାରତ ଶିଖର ସମ୍ମିଳନୀ ରହିଛି। ଏହି ଅବସରରେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପ୍ରୟୁତ ଚାନ-ଓ-ଚାଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେବେ। ବ୍ୟାଙ୍କକକରେ ଆରସିଇପି(ରିଜିଓନାଲ କମ୍ପ୍ରେନସିଭ ଇକୋନମିକ ପାର୍ଟନରସିପ୍)ରେ ଭାରତର ଆର୍ଥିକ ଭାଗିଦାରୀକୁ ନେଇ ଦୀର୍ଘ ଦିନର ସମସ୍ୟା ରହିଛି। ଯାହାର ସମାଧାନ ଏହି ଭେଟଘାଟ ବେଳେ ହେବ ବୋଲି ଜଣାପଡ଼ିଛି।

Comments are closed.