ଆଜି ଅଂଳା ନବମୀ: ସାକ୍ଷୀଗୋପୀନାଥ ମନ୍ଦିରରରେ ଭକ୍ତଙ୍କ ଭିଡ
ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ସ୍ଥିତ ସାକ୍ଷୀଗୋପିନାଥ ମନ୍ଦିରରେ ଆଜି ପାଳନ ହେଉଛି ପବିତ୍ର ଅଂଳା ନବମୀ। ବର୍ଷକରେ ଗୋଟିଏ ଦିନ ରାଧାପାଦ ଦର୍ଶନ ପାଇଁ ଏଠାରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
ସାକ୍ଷୀଗୋପିନାଥ ମନ୍ଦିରରେ ଭୋର ୪ ଟାରୁ ଦର୍ଶନ ଆରମ୍ଭ ହୋଇଛି। ସୁରକ୍ଷା ଦୃଷ୍ଟିରୁ ୨୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ସହ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହିଛନ୍ତି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଏକପାଖିଆ ବ୍ୟାରିକେଡ଼ର ବ୍ୟବସ୍ଥା ମଧ୍ଯ ହୋଇଛି। ଆଇନଶୃଙ୍ଖଳା ପରିସ୍ଥିତି, ଟ୍ରାଫିକ୍ ନିୟନ୍ତ୍ରଣ ଓ କଟକଣା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି।
Comments are closed.