ପ୍ରଦୂଷିତ ୭ଟି ସହର
![](https://www.odishalink.com/wp-content/uploads/2019/11/POLUTION-1.jpg)
ଭୁବନେଶ୍ୱର: ଅତ୍ୟାଧୁନିକତା କାରଣରୁ ଦିନକୁ ଦିନ ବଢିବାରେ ଲାଗିଛି ପ୍ରଦୂଷଣ ।ଏଇ କିଛି ଦିନ ହେବ ଦିଲ୍ଲୀରେ ପ୍ରଦୂଷଣ ଯୋଗୁଁ ଜନସାଧାରଣ ମାସ୍କ ବ୍ୟବହାର କରୁଥିବା ଜଣାପଡିଛି। ତେବେ ବର୍ତ୍ତମାନ ଏହି ପ୍ରଦୂଷଣରୁ ମଧ୍ୟ ବାଦ ପଡିନି ଓଡ଼ିଶା। ଓଡ଼ିଶାର ୭ଟି ସହର ପ୍ରଦୂଷଣର ଶିକାର ହୋଇଛି। ସେଗୁଡ଼ିକ ହେଲା ଭୁବନେଶ୍ୱର, କଟକ, ଅନୁଗୁଳ, ତାଳଚେର, ବାଲେଶ୍ୱର, ରାଉରକେଲା ଓ କଳିଙ୍ଗନଗର। ସେହିପରି ୯ଟି ନଦୀର ଅବବାହିକା ମଧ୍ୟ ପ୍ରଦୂଷିତ ହୋଇଛି। ତନ୍ମଧ୍ୟରୁ ଗଙ୍ଗୁଆ ନାଳ ସର୍ବାଧିକ ପ୍ରଦୂଷିତ। ଏନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ ଦେବୀଦତ୍ତ ବିଶ୍ୱାଳ ସୂଚନା ଦେଇଛନ୍ତି। ତେବେ ପ୍ରଦୂଷଣ ରୋକିବାକୁ ସବୁ ପୌରାଞ୍ଚଳରେ ସଚେତନତା ରଥ ବୁଲାଇବାକୁ ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକ ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି।
Comments are closed.