କିର୍ଗିଜିସ୍ତାନ ଅଭିମୁଖେ ପ୍ରଧାନମନ୍ତ୍ରୀ ମୋଦି, ପାକ୍ ଆକାଶପଥକୁ ନା

ନୂଆଦିଲ୍ଲୀ: ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ଯୋଗଦେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ମୋଦି କିର୍ଗିଜିସ୍ତାନର ରାଜଧାନୀ ବିଶକେକ୍ ଅଭିମୁଖେ ଯାତ୍ରା କରିଛନ୍ତି। ଆଜି ଏବଂ କାଲିର ବୈଠକରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଭିଆଇପି ବିମାନଟି ଓମାନ, ଇରାନ୍ ଓ କେନ୍ଦ୍ରୀୟ ଏସିଆ ଆକାଶ ମାର୍ଗ ଦେଇ ଆଜି ବିଶକେକ୍ରେ ଯାଇ ପହଞ୍ଚିବ। ପ୍ରଧାନମନ୍ତ୍ରୀ ଦ୍ୱିତୀୟଥର ପ୍ରଧାନମନ୍ତ୍ରୀ ହେବା ପରେ ଏହା ପ୍ରଥମ ଅନ୍ତର୍ଜାତୀୟ ବୈଠକରେ ଯୋଗଦାନ କରିବେ।
PM @narendramodi leaves for Bishkek, where he will join the SCO Summit.
He will take part in various multilateral programmes and also meet world leaders in separate bilateral meetings. pic.twitter.com/GZIqZQmMIr
— PMO India (@PMOIndia) June 13, 2019
ଏହି ବୈଠକରେ ଅନ୍ତର୍ଜାତୀୟ ସୁରକ୍ଷା, ଆର୍ଥିକ ସହଯୋଗ ଆଦି ପ୍ରସଙ୍ଗ ଉପରେ ଆଲୋଚନା ହେବ। ମୋଦି ଚାଇନା ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ ଏବଂ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏହି ସମ୍ମିଳନୀ ଅବସରରେ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ଭେଟଘାଟ ବେଳେ ଦୁଇ ଦେଶ ମଧ୍ୟରେ ଅନେକ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଚୁକ୍ତି ହେବ ବୋଲି ଜଣାପଡ଼ିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏହି ବୈଠକରେ ଯୋଗ ଦେବେ କିନ୍ତୁ ମୋଦିଙ୍କର ତାଙ୍କ ସହ କୌଣସି ପ୍ରସଙ୍ଗରେ ଆଲୋଚନା ହେବ ନାହିଁ ବୋଲି ବୈଦେଶିକ ମୁଖପାତ୍ର ରଵୀଶ କୁମାର ସୂଚନା ଦେଇଛନ୍ତି।
Comments are closed.