ତଦନ୍ତ ରିପୋର୍ଟରେ ଦୁଷ୍କର୍ମ ଅଭିଯୋଗର ସତ୍ୟତା ନାହିଁ: ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅଞ୍ଚଳର ଏକ ସ୍କୁଲର ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲା ଏବେ ଏକ ଭିନ୍ନ ମୋଡ଼ ନେଇଛି। ଦୁଷ୍କର୍ମ ଅଭିଯୋଗ ମାମଲାର ତଦନ୍ତ ରିପୋର୍ଟ ଆସିଲା ପରେ ଏହା ଏକ ଅଲଗା ମୋଡ଼ ନେଇଛି। କାରଣ ତଦନ୍ତ ରିପୋର୍ଟରେ ଅଭିଯୋଗର କୌଣସି ସତ୍ୟତା ନଥିବା କୁହାଯାଇଛି। ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗର କୌଣସି ସତ୍ୟତା ନଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେବେ ବିଦ୍ୟାଳୟରେ ଏକ ସୁସ୍ଥ ପରିବେଶ ପାଇଁ ପ୍ରଧାନଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ପ୍ରଧାନ ଶିକ୍ଷକଙ୍କ ସହ ଅନ୍ୟ ୨ ଜଣ ଶିକ୍ଷକଙ୍କୁ ମଧ୍ୟ ବଦଳି କରାଯାଇଛି। ଖାଲି ସେତିକି ନୁହେଁ ଅଭିଯୋଗ ଆଣିଥିବା ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ଅନ୍ୟତ୍ର ବଦଳି କରାଯାଇଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।
Comments are closed.