Odisha Link
Bridging the Missing Links in Odisha

ନଭେମ୍ବର ୧୭ରେ ପ୍ରତି ଜିଲ୍ଲାରେ ହେବ ପେନ୍‌ସନ୍‌ ଅଦାଲତ

ଭୁବନେଶ୍ୱର: ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କ ପାଇଁ ପ୍ରତି ଜିଲ୍ଲାରେ ବକେୟା ପେନ୍‌ସନ୍‌ ମାମଲାର ଆଶୁ ଫଏସଲା କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପେନ୍‌ସନ୍‌ ଅଦାଲତ ଚଳିତ ନଭେମ୍ବର ୧୭ ତାରିଖରେ ଅନୁଷ୍ଠିତ ହେବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମ୍‌ ଏହି ମର୍ମରେ ଏକ ପତ୍ର ଲେଖି ଜଣାଇଛନ୍ତି ଯେ ବକେୟା ପେନ୍‌ସନ୍‌ ମାମଲାର ଶୁଣାଣି ଓ ଫଏସଲା କରିବା ପାଇଁ ଏହି ପେନ୍‌ସନ୍‌ ଅଦାଲତ କରାଯାଇଅଛି। ଯାହାଦ୍ୱାରା କି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅବସରପ୍ରାପ୍ତ ଶିକ୍ଷକ, କର୍ମଚାରୀମାନଙ୍କ ବକେୟା ପେନ୍‌ସନ୍‌ ମାମଲା ଶୀଘ୍ର ଫଏସଲା ହେଇପାରିବ ବୋଲି ଶ୍ରୀମତୀ ଅରୁମୁଗମ୍‌ ପ୍ରକାଶ କରିଛନ୍ତି।

Comments are closed.