ବୁଲ୍ବୁଲ୍ ପ୍ରଭାବରେ ବର୍ଷା ଆରମ୍ଭ
ଭୁବନେଶ୍ବର: ସମୁଦ୍ର ମଧ୍ୟରେ ଭୀଷଣ ଚକ୍ରବାତ ରୂପ ନେଇଛି ବାତ୍ୟା ‘ବୁଲ୍ବୁଲ୍’। ୨୪ଘଣ୍ଟାରେ ଅତି ଭୀଷଣ ଚକ୍ରବାତ ରୂପ ନେବ ‘ବୁଲବୁଲ୍’। ବର୍ତ୍ତମାନ ପାରାଦୀପଠାରୁ ୩୯୦କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି। ଘଣ୍ଟାପ୍ରତି ୧୦କି.ମି. ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ୧୦ ତାରିଖ ସକାଳେ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ଲାଣ୍ଡଫଲ କରିବ। ସାଗର ଆଇଲାଣ୍ଡ-ଖେପୁପରା ମଝିରେ ଲାଣ୍ଡଫଲ୍ କରିବା ସମ୍ଭାବନା ରହିଛି। ଲାଣ୍ଡଫଲ୍ ସମୟରେ ଘୂର୍ଣ୍ଣିଝଡରେ ପରିବର୍ତ୍ତନ ହେବା ସମ୍ଭାବନା ରହିଛି।
ଏହାର ପ୍ରଭାବର ଆଜିଠୁ ଓଡିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯାଇଛି। ଆସନ୍ତାକାଲି ବାଲେଶ୍ବର, ଭଦ୍ରକ, କେନ୍ଦ୍ରପଡାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କାଲି ଜଗତସିଂପୁର, ମୟୁରଭଞ୍ଜ, କଟକ, ଯାଜପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ୫୫ରୁ ୬୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ୯ ତାରିଖ ବେଳକୁ ପାରାଦୀପ ଠାରୁ ୧୩୮ କି.ମି. ଦୂରରେ ଗତି କରିବ। ଧାମରାଠାରୁ ୧୪୯ କି.ମି. ଓ ଗୋପାଳପୁର ଠାରୁ ୩୪୭ କିମି ଦୂରରେ ରହିବ। ଆସନ୍ତାକାଲି ୮୦ରୁ ୯୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।
Comments are closed.