ମୁସଲମାନ ଝିଅମାନଙ୍କୁ ମାଗଣାରେ ୟୁପିଏସସି କୋଚିଂ ବ୍ୟବସ୍ଥା ଯୋଗାଇବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁସଲମାନମାନଙ୍କ ଲାଗି ବିଭିନ୍ନ ନୂତନ ଯୋଜନା କରୁଥିବା ଜଣାଯାଇଛି। ଗତକାଲି ତିନ୍ ତଲାକ ବିଲ୍ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ମିଳିଥିଲା। ଠିକ୍ ସେହିପରି ମୁସଲମାନ ମହିଳା ଶିକ୍ଷାର ବିକାଶ ପାଇଁ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାର କାମ କରୁଛି ବୋଲି କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ ମୁଖତାର ଅବାସୀ ନକଭି କହିଛନ୍ତି। ସମସ୍ତେ ଶିକ୍ଷିତ ହୋଇ ରୋଜଗାର ସଂପନ୍ନ ହେବା ଲକ୍ଷ୍ୟ ନେଇ ସରକାର ବିଭିନ୍ନ ଯୋଜନା ଆଣିଛନ୍ତି ବୋଲି ସେ ଦାବି କରିଛନ୍ତି।
Union Minister Mukhtar Abbas Naqvi: Muslim girls will be given free coaching for UPSC, state services and banking services. We have talked to a few institutes, the process of this coaching will begin this year after talking to all of them. (12.06.2019) https://t.co/oSnONs4rDA
— ANI (@ANI) June 12, 2019
କେନ୍ଦ୍ରମନ୍ତ୍ରୀ ମୁଖତାର ଅବାସୀ ନକଭି କହିଛନ୍ତି ଯେ ସଂଖ୍ୟାଲଘୁ ସଂପ୍ରଦାୟର ଝିଅମାନଙ୍କୁ ସରକାର ମାଗଣାରେ ୟୁପିଏସସି ପାଇଁ କୋଚିଂ ଦିଆଯିବାର ବ୍ୟବସ୍ଥା କରାଇବା ଲାଗି ସରକାର ଏକ ଯୋଜନା ପ୍ରସ୍ତୁତ କରିଛନ୍ତି । ସରକାରଙ୍କ ଏହି ଯୋଜନାରେ ସଂଖ୍ୟାଲଘୁ ସଂପ୍ରଦାୟର ଝିଅମାନଙ୍କୁ ରାଜ୍ୟ ଏବଂ ବ୍ୟାଙ୍କିଙ୍ଗ ବିଭାଗରେ ଚାକିରି ପାଇଁ ବି ସ୍ବତନ୍ତ୍ର ସୁବିଧା ଦିଆଯିବ ବୋଲି ସେ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ନକଭି କହିଛନ୍ତି, ପ୍ରଧାନମନ୍ତ୍ରୀ ଜନ ବିକାଶ କାର୍ଯ୍ୟକ୍ରମରେ ବିଦ୍ୟାଳୟ, କଲେଜ, ହସ୍ପିଟାଲ, ଗୋଷ୍ଠୀକେନ୍ଦ୍ର, ସର୍ବସାଧାରଣ ଗୃହ, ଛାତ୍ରାବାସ ଆଦି ନିର୍ମାଣ ହେବ । ଏଥି ପାଇଁ କେନ୍ଦ୍ର ସରକାର ଶତ ପ୍ରତିଶତ ଅନୁଦାନ ପ୍ରଦାନ କରବେବୋଲି ସେ ସୂଚନା ଦେଇଛନ୍ତି। ମୁସଲମାନ ଓ ସଂଖ୍ୟାଲଘୁ ଭୋଟ ହାତେଇବା ନେଇ ଏ ସବୁ ଯୋଜନା ହେଉଛି ବୋଲି ରାଜନୈତିକ ବିଶେଷଜ୍ଞ ମାନେ ମତ ରଖିଛନ୍ତି।
Comments are closed.