ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ ‘ବୁଲବୁଲ’
ଭୁବନେଶ୍ୱର: ବର୍ତ୍ତମାନ ପରିସ୍ଥିତିରେ ସମସ୍ତଙ୍କୁ ଡରାଉଥିବା ବାତ୍ୟା ‘ବୁଲବୁଲ’କୁ ନେଇ ଆଇଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର ଏକ ବଡ଼ ସୂଚନା ଦେଇଛନ୍ତି। ତାଙ୍କ ଆକଳନ ଅନୁସାରେ ପଶ୍ଚିମବଙ୍ଗ-ବାଂଲାଦେଶ ମଝିରେ ବାତ୍ୟା ବୁଲବୁଲ ଯିବ। ସାଗରଦ୍ୱୀପ-ଖେପୁପାରା ମଧ୍ୟରେ ବାତ୍ୟା ଅତିକ୍ରମ କରିବ। ସୁନ୍ଦରବନରେ ବାତ୍ୟା ବୁଲବୁଲ ଲ୍ୟାଣ୍ଡଫଲ କରିବା ନେଇ ସେ ଆକଳନ କରିଛନ୍ତି । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୧୦ରୁ ୧୨୦ କିମି ରହିବ। ସ୍ଥଳବିଶେଷରେ ପବନର ବେଗ ୧୩୫ କିମି ଛୁଇଁପାରେ। ପୂର୍ବାହ୍ନରେ ପାରାଦୀପ ଠାରୁ ୩୫୦ କିମି ଦୂରରେ ଥିଲା ବୁଲବୁଲ। ଘଣ୍ଟାକୁ ୧୨ କିମି ବେଗରେ ଉତ୍ତର ଦିଗକୁ ବୁଲବୁଲ ଗତି କରୁଛି। ଏବେ ଉପକୂଳ ଓଡ଼ିଶାରେ ୩୫ରୁ ୪୫ କିମି ବେଗରେ ପବନ ବୋହୁଛି। କାଲି ସକାଳେ ପବନର ବେଗ ୫୫ରୁ ୭୫ କିମି ପର୍ଯ୍ୟନ୍ତ ବଢିବ। କାଲି ଦ୍ୱିପ୍ରହରରୁ ସନ୍ଧ୍ୟା ଯାଏ ପବନର ବେଗ ୭୦ରୁ ୯୦ କିମି ଛୁଇଁବ। କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ପବନ ହେବ ବୋଲି ଜଣାଯାଇଛି।
Comments are closed.