ବୋଟ୍ ଓଲଟି ଫସି ରହିଥିବା ୯ଜଣଙ୍କୁ ଉଦ୍ଧାର କଲା ଓଡ୍ରାଫ୍ ଟିମ୍

ଚାନ୍ଦବାଲି: ଧାମରା ବନ୍ଦର ନିକଟ କାଳିନାଳୀରେ ଫଶି ଯାଇଥିବା ୨ଟି ମାଛଧରା ବୋଟକୁ ଉଦ୍ଧାର କଲା ପ୍ରଶାସନ। କାଳିନାଳୀ ନିଟ ଜଙ୍ଗଲରେ ୧୨ ଘଣ୍ଟା ରହିବା ପରେ ଜିଲ୍ଲା ପ୍ରଶାସନ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିଛି।
ତେବେ ବାତ୍ୟା ବୁଲବୁଲ ପାଇଁ ଅଶାନ୍ତ ହୋଇଥିଲା ମଝି ସମୁଦ୍ର। ମାଛ ମାରିବାକୁ ଯାଇଥିବା ବେଳେ ମାଛ ଧରା ଡଙ୍ଗା ଦୋହଲିବାକୁ ଲାଗିଲା। ଆଉ କିଛି ସମୟ ପରେ ଡଙ୍ଗାରେ ପାଣି ପଶିଯିବାରୁ ଡଙ୍ଗା ବୁଡି ଯାଇଥିଲା। ଆଉ ତାପରେ ଜୀବନ ବିକଳରେ ୯ ମତ୍ସ୍ୟଜୀବୀ ପହଁରି ପହଁରି କୂଳକୁ ଯାଇଥିଲେ। ତେବେ ଅନ୍ଧାର ରାତିରେ କାଳିନାଳୀ ପାଖରେ ପହଞ୍ଚିବା ପରେ ସମସ୍ତେ ଜଙ୍ଗଲ ଭିତରକୁ ଧାଇଁଥିଲେ।
ବାତ୍ୟା ପାଇଁ ଜୁଆର ମାଡ ହେଉଥିବାରୁ ସମସ୍ତେ ଜୀବନ ବଞ୍ଚାଇବାକୁ ଜଙ୍ଗଲରେ ଥିବା ଗଛ ଉପରକୁ ଉଠି ଯାଇଥିଲେ। ଆଉ ସାରା ରାତି ସେଇ ଗଛ ଉପରେ ହିଁ ରହିଥିଲେ। ତେବେ କାଲି ରାତି ୨ଟାରୁ ଆଜି ଦିନ ୨ଟା ପର୍ଯ୍ୟନ୍ତ ଦୀର୍ଘ ୧୨ ଘଣ୍ଟା ଗଛ ଉପରେ ଚଢି ମୃତ୍ୟୁକୁ ମାତ ଦେଇଥିବା ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି ପ୍ରଶାସନ। ଉଦ୍ଧାର ହୋଇଥିବା ୯ ମତ୍ସ୍ୟଜୀବୀ ସୁରକ୍ଷିତ ଥିବା ବେଳେ ୨ ଜଣ ଅଖିଆ ଅପିଆ ପାଇଁ ଅସୁସ୍ଥ ଅଛନ୍ତି। ଆଉ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଉଦ୍ଧାର ପରେ ସେ କାଳ ରାତିର କଳା କାହାଣୀ କହିଛନ୍ତି ମତ୍ସ୍ୟଜୀବୀ। କେମିତି ମୃତ୍ୟୁ ମୁହଁରୁ ସେ ଝଡ ବର୍ଷା ରାତିରୁ ଉଦ୍ଧାର ହେଲେ ମିଡିଆ ଆଗରେ କହିଛନ୍ତି ମତ୍ସ୍ୟଜୀବୀ।
Comments are closed.