ଖୁବଶୀଘ୍ର ଅଧ୍ୟାପକ ପଦବୀ ପୂରଣ ହେବ: ଅରୁଣ ସାହୁ
ଭୁବନେଶ୍ବର: ନୂତନ ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ହୋଇଥିବା ଅରୁଣ ସାହୁଙ୍କ ଅଧ୍ୟଷତାରେ ଆଜି ଭୁବନେଶ୍ୱର ପୁସ୍ତକ ଭବନରେ ଅନୁଷ୍ଠିତ ହୋଇଯାଇଛି ବିଶ୍ବ ବିଦ୍ୟାଳୟ କୁଳପତି ସମ୍ମିଳନୀ। ଏହି ସମ୍ମିଳନୀରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ସମେତ ବିଭିନ୍ନ ବିଶ୍ବ ବିଦ୍ୟାଳୟର କୁଳପତି ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ହୋଇଛନ୍ତି । ତେବେ +୩ ଏକକ ସିଲାବସ ଲାଗୁ ନେଇ ଏହି ସମ୍ମିଳନୀରେ ଆଲୋଚନା ହୋଇଥିବା ବେଳେ ତେବେ ଖାଲି ପଦବୀ ପୂରଣ ପାଇଁ କୁଳପତିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଖୁବଶୀଘ୍ର ରାଜ୍ୟର ସମସ୍ତ ଅଧ୍ୟାପକ ପଦବୀ ପୂରଣ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ଏହାଛଡା ସିଭିଲ୍ ସର୍ଭିସ ମେନ୍ ପରୀକ୍ଷାରେ କଟିଥିବା ଆଶାୟୀଙ୍କୁ ମଧ୍ୟ ସହାୟତା ମିଳିବ ବୋଲି ସେ କହିଛନ୍ତି । ମୋଟ ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ସହାୟତା ପ୍ରଦାନ କରିବେ ବୋଲି ଅରୁଣ କହିଛନ୍ତି।
Comments are closed.