ପଢ଼ନ୍ତୁ ଛାବ୍ରା ଓ ଶୁକ୍ଳାଙ୍କ ଶତ୍ରୁତାର କାରଣ

ମୁମ୍ବାଇ : ଟେଲିଭିଜନର ବିବାଦୀୟ ସିରିୟଲ ବିଗ୍ ବସ୍-୧୩ ଅନେକ ବିବାଦରେ କରିଥିଲେ ମଧ୍ୟ ଦର୍ଶକ ଏହାକୁ ଦେଖିବାକୁ ଭୁଲି ନାହାନ୍ତି । ଘର ଭିତରେ ଖେଳ ହେଉକି , କିଛି ଛୋଟ ଛୋଟ କଥାରେ ଝଗଡା଼ ଆରମ୍ଭ ହୋଇ ଯାଏ । ଘରେ ଥିବା ସଦଶ୍ୟ ଦୁଇ ଭାଗରେ ବିଭକ୍ତ ହୋଇ ପଡ଼ିଛି । ଗୋଟେ ପାରସ୍ ଙ୍କ ଗ୍ରୁପ ଆଉ ଗୋଟେ ସିଦ୍ଧାର୍ଥ ଗ୍ରୁପ । ଛୋଟ ଛୋଟ କାରଣ ପାଇଁ ଦୁହିଁଙ୍କୁ ଝଗଡ଼ା କରୁଥିବାର ଦେଖିବାକୁ ମିଳିଛି ।
ଆପଣ ଜାଣିଛନ୍ତି ପାରସ ଓ ସିଦ୍ଧାର୍ଥ ମଧ୍ୟରେ କଣ ପାଇଁ ଝଗଡା ହୋଇଥାଏ-
ଏହା ତାଙ୍କ ଭିତରେ ବିଗ୍ ବସ୍-୧୩ ଆରମ୍ଭ ହେବା ପୂର୍ବରୁ ତାଙ୍କ ବିତରେ ଶତ୍ରୁତା ଥିଲା । ଏହା ପଛର ପ୍ରକୃତ କାରଣ ଛାବ୍ରାଙ୍କ ପ୍ରେମିକା ଆକାଂକ୍ଷା ପୁରୀ ଜଣାଇଛନ୍ତି। ବିଗ୍ ବସ୍ ଘରକୁ ଯିବା ପୂର୍ବରୁ ଦୁହିଁଙ୍କ ମଧ୍ୟରେ ଶତ୍ରୁତା ଥିଲା ବୋଲି କହିଛନ୍ତି ଆକାଂକ୍ଷା।
ତାଙ୍କ କହିବା ଅନୁଯାୟୀ, ଆପଣମାନେ ଅନେକ ସମୟରେ ମୋର ଓ ସିଦ୍ଧାର୍ଥଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିବାର ଖବର ଶୁଣିଥିବେ। ଏହି ଖବର ପାରସ ମଧ୍ୟ ଶୁଣିଥିଲେ। ଯାହା ପରେ ସେ ସିଦ୍ଧାର୍ଥଙ୍କୁ ନାପସନ୍ଦ କରିବା ଆରମ୍ଭ କରିଥିଲେ । ଯେତେବେଳେ ପାରସ ବିଗ୍ ବସକୁ ଯାଉଥିଲେ, ସେତେବେଳେ ମୁଁ ତାଙ୍କୁ ଏ ବିଷୟରେ କହିଥିଲି ।
ହୁଏତ ତୁମେ ଦୁହେଁ ଭଲ ବନ୍ଧୁ ପାଲଟିବ ନହେଲେ ଦୁହିଁଙ୍କ ମଧ୍ୟରେ ଥିବା ସଂପର୍କ ଆହୁରି ଖରାପ ହୋଇଯିବ। ଯାହା ଏବେ ଦେଖିବାକୁ ମିଳିଛି। ଛୋଟ ଛୋଟ କଥା ପାଇଁ ଦୁହେଁ ଝଗଡ଼ା କରିବା ପରେ ସୋ’ରେ ଦୁହେଁ ପରସ୍ପରର ଶତ୍ରୁ ପାଲଟିଛନ୍ତି। କିନ୍ତ ସତ କହିବାକୁ ଗଲେ ସିଦ୍ଧାର୍ଥଙ୍କ ସହ ମୋର ସେଭଳି କୌଣସି ସଂପର୍କ ନଥିଲା। ସେ ମୋର ଭଲ ବନ୍ଧୁ ଥିଲେ ଏବଂ ଏବେ ବି ଅଛନ୍ତି।
Comments are closed.