Odisha Link
Bridging the Missing Links in Odisha

ପରିବା ବଜାରରେ ନାଗସାପ

ଭୁବନେଶ୍ବର: ଏବେ ଦିନକୁ ଦିନ ପରିବାର ଦର ବଢ଼ିବାରେ ଲାଗିଛି। ଏଥିପାଇଁ ଖାଉଟି ପରିବା ବଜାରରୁ ମୁହଁ ଫେରାଉଥିବା ବେଳେ ବଜାରରେ ଜନ ଗହଳି କମିବାରେ ଲାଗିଛି। ଏହାର ସୁଯୋଗ ନେଇ କେଉଁଠି କେଉଁଠି ପରିବା ବଜାରରେ ଗୋରୁ ଗାଈ ବୁଲିଲେଣି ତ ପୁଣି କେଉଁ ବଜାରରେ ଦେଖିବାକୁ ମିଳଛି ସାପା। ଠିକ୍‌ ଏମିତି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ବରର ଝାରପଡା ପରିବା ହାଟରେ। ଜଣେ ପରିବା ବ୍ୟବସାୟୀ ପରିବା ରଖିବା ପାଇଁ ପ୍ଲାଷ୍ଟିକ୍ କ୍ରେଟ୍ ଗୁଡିକୁ ସଜାଡିବା ବେଳେ ସାପର ଗର୍ଜନ ଶୁଣିବାକୁ ପାଇଥିଲେ। ଏଭଳି ଗର୍ଜନ ଶୁଣି ସେ ଭୟଭୀତ ହୋଇପଡିଥିଲେ। ତେବେ ଭଲ କରି ଦେଖିବା ବେଳକୁ ତଳେ ଥିବା ଏକ କ୍ରେଟରେ ଏକ ବଡ ନାଗ ସାପଟି ଫସି ରହିଥିଲା। ତୁରନ୍ତ ପରିବା ଦୋକାନୀ ସ୍ନେକ୍ ହେଲ୍ପ ଲାଇନକୁ ସାହାଯ୍ୟ ପାଇଁ ଫୋନ୍ କରିଥିଲେ। ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ରାଜେଶ ସୁତାର ଘଟଣାସ୍ଥଳରେ ପହଞ୍ଚି ଏକ ଛୁରୀ ସାହାଯ୍ୟରେ କ୍ରେଟର ପ୍ଲାଷ୍ଟିକକୁ କାଟି ନାଗ ସାପଟିକୁ ଉଦ୍ଧାର କରିଛନ୍ତି। ସାପଟିକୁ ସହର ବାହାରେ ତାର ପ୍ରାକୃତିକ ଆବାସସ୍ଥଳୀରେ ଛାଡି ଦିଆଯାଇଛି। ସାପଟି ସମ୍ଭବତଃ ବେଙ୍ଗକୁ ଖାଇବା ପାଇଁ ଯାଇ ପ୍ଲାଷ୍ଟିକ୍ ପରିବା କ୍ରେଟରେ ମୁଣ୍ଡ ଗଳେଇ ଦେଇ ଥିବା ଫସିଯାଇଥିଲା ବୋଲି ଜଣାପଡିଛି।

Comments are closed.