ସାଉଥକୋ ଦୁର୍ନୀତିଖୋରଙ୍କ ଆଡ୍ଡାସ୍ଥଳରେ ପରିଣତ ହୋଇଛି
ଭୁବନେଶ୍ବର : ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ୍ ବିତରକ ସଂସ୍ଥା ବ୍ରହ୍ମପୁରସ୍ଥ ସାଇଥକୋ କାର୍ଯ୍ୟାଳୟ ଦୁର୍ନୀତିଖୋରଙ୍କର ଆଡ୍ଡାସ୍ଥଳରେ ପରିଣତ ହୋଇଛି । ବିଶେଷକରି ସାଉଥକୋ ୟୁଟିଲିଟି ସିଟିସର୍କଲ ଅଧିନରେ ବ୍ୟାପକ ଅନିୟମିତତା ଓ ଟେଣ୍ଡର ଫିକ୍ସିଂ ସଂଗଠିତ ହୋଇଛି । ସମ୍ପ୍ରତି ସେଠାରେ କାର୍ଯ୍ୟରତ ଜେନେରାଲ୍ ମ୍ୟାନେଜର ତଥା ପୂର୍ବରୁ ସେହିଠାରେ ଅବସ୍ଥାପିତ ଥିବା ଅଧିକ୍ଷଣ ଯନ୍ତ୍ରୀ ଲେଙ୍କା ପ୍ରସାଦଙ୍କ ସମୟରେ ବିଭିନ୍ନ କାର୍ଯ୍ୟରେ ଅନିୟମିତତା ହୋଇଥିବା ବେଳେ ଗୋଳାବଦ୍ଧ ପ୍ରକଳ୍ପ ଓ୧୦ କି.ମି ଭୂତକ କେବୁଲ ବିଛାଇବା ପାଇଁ ଏଷ୍ଟିମେଟ ମୂଲ୍ୟ ୨,୮,୬,୨୮,୬୧୭.୦୦ ଟଙ୍କାର ଟେଣ୍ଡର ବୈଷୟୀକ କମିଟିର ବିନା ଅନୁମୋଦନରେ ଏବଂ ପ୍ରମୁଖ ଖବର କାଗଜରେ ବିଜ୍ଞାପନ ପ୍ରକାଶ ନକରି ଟେଣ୍ଡର କରାଇଛନ୍ତି ।
ଏହି ଘଟଣା ସଂମ୍ପର୍କରେ ସାଉଥକୋ ୟୁଟିଲିଟିର ମୂଖ୍ୟ ଭିଜିଲାନ୍ସ ଅଧିକାରୀ ତଦନ୍ତ ପାଇଁ ଅଥରାଇଡ୍ ଅଧିକାରୀ ,ସାଉଥକୋ ୟୁଟିଲିଟି , ବ୍ରହ୍ମପୁରଙ୍କୁ ଚିଠି ନଂ ୧୪୪୩୮, ତା -୦୮-୧୨-୨୦୧୬ ଜରିଆରେ ନିର୍ଦ୍ଦେଶ ଦେଇଥିଲେ । ଏହି ଚିଠିରେ ଅଥରାଇଡ ଅଧିକାରୀ ତା-୧୪-୦୩- ୨୦୧୯ରିକ ତଦନ୍ତ ପାଇଁ ସାଉଥକୋର ମୁଖ୍ୟ ପରିଚାଳନା ଅଧିକାରୀ ପି. ଅରୁଣ କୁମାରଙ୍କ ନିକଟକୁ ପଠାଇଥିଲେ ।
ଏବେ ପ୍ରଶ୍ନ ଉଠୁଛି ଯେ ତଦନ୍ତ ପାଇଁ ଚିଠି ଲେଖିଥିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ୨୦୧୬ ରୁ ୨୦୧୯ ପର୍ଯ୍ୟନ୍ତ ଦୀର୍ଗ ୩ ବର୍ଷରୁ ଊର୍ଦ୍ଧ୍ବ ସମୟ ଲାଗିଥିବା ବେଳେ ବର୍ତ୍ତମାନ ଏହି ତଦନ୍ତ ଫାଇଲ୍ ମୁଖ୍ୟ ପରିଚାଳନା ଅଧିକାରୀ ପି. ଅରୁଣ କୁମାରଙ୍କ ପାଖରେ ପଡ଼ିଛି । ଯେଉଁ ଘଟଣା ସେଠାରେ ଚାଲିଥିବା ଅନିୟମିତତା ଏବଂ ତାର ତଦନ୍ତ ପ୍ରକ୍ରିୟାରେ ଶିଥିଳତାକୁ ସ୍ପଷ୍ଟ ସୂଚାଉଛି । ଯେଉଁ ଘଟଣାର ଅନୁସନ୍ଧାନ କଲାବେଳେ ଆମ ନଜରକୁ ଆସିଥିବା କିଛି ଘଟଣା ସମଗ୍ର ଘଟଣା ଆହୁରି ପ୍ରହେଳିକାମୟ କରିଛି ।
ସୂଚନାଯୋଗ୍ୟ, ଯେ ପି.ଅରୁଣ ପୂର୍ବରୁ ରାୟଗଡା ସାଉଥକୋ ଠାରେ ଅଧିକ୍ଷଣ ଯନ୍ତ୍ରୀଭାର କାର୍ଯ୍ୟ କରୁଥିବା ବେଳେ ୨୦୦୮ ମସିହାରେ, ଭିଜିଲାନ୍ସ ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ କରିଥିଲେ , ଯାହା ଫଳରେ ତାଙ୍କୁ ଜେଲ ଯିବାକୁ ପଡିଥିଲା । ଯାହା ଓଡ଼ିଶା ସରକାର ବିଭାଗ ନଂ ୩୫୫୧ , ତା- ୧୫-୦୭-୨୦୦୮ ରିଖର ଚିଠି ସ୍ପଷ୍ଟ ପ୍ରମାଣିତ । ଯେଉଁରେ ସ୍ପଷ୍ଟ ନିର୍ଦ୍ଦେଶ ଥିଲାକି ଅରୁଣ କୌଣସି ସ୍ପର୍ଶକାତର ପଦବୀରେ ଅବସ୍ଥାପିତ କରାଯିବନାହିଁ ।
Comments are closed.