Odisha Link
Bridging the Missing Links in Odisha

ମହାରାଷ୍ଟ୍ର ରାଜନୀତି: ମୁହଁ ଖୋଲିଲେ ଅମିତ ଶାହ, କହିଲେ ଏବେ ବି..

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିକୁ ନେଇ ମୁହଁ ଖୋଲିଛନ୍ତି ଅମିତ ଶାହ। ସେ କହିଛନ୍ତି ଯେ, ସରକାର ଗଠନ କରିବା ପାଇଁ ୧୮ ଦିନ ସମୟ ଦିଆଯାଇଥିଲା। ପୂର୍ବରୁ ସରକାର ଗଠନ ପାଇଁ କାହାକୁ ଏତେ ସମୟ ଦିଆଯାିଇନି ବୋଲି କହିଛନ୍ତି ଅମିତ ଶାହ।

ଏଥିସହିତ ସେ କହିଛନ୍ତି ଯେ, ଶିବସେନାର ନୂଆ ସର୍ତ୍ତରେ ଆମେ ରାଜି ନୁହେଁ। ଯାହା ପାଖରେ ସଂଖ୍ୟା ଅଛି ସେ ଯାଇ ସରକାର ଗଢ଼ିବା ପାଇଁ ଦାବି କରିପାରିବ ବୋଲି କହିଛନ୍ତି ଅମିତ ଶାହ। ସଂଖ୍ୟା ଅଛିତ ଏବେ ବି ସରକାର ଗଠନ ପାଇଁ ସୁଯୋଗ ରହିଛି। ମହାରାଷ୍ଟ୍ରକୁ ନେଇ ଅଯଥା ରାଜନୀତି କରାଯାଉଛି ବୋଲି କହିଛନ୍ତି ଅମିତ ଶାହ

Comments are closed.