ସୁପ୍ରିମକୋର୍ଟ: ଆଜି ସାବରୀମାଲା, ରାଫେଲ ଓ ରାହୁଲ ଉପରେ ହେବ ନିଷ୍ପତ୍ତି
ନୂଆଦିଲ୍ଲୀ: ଆଜି ଇତିହାସ ରଚିବାକୁ ଯାଉଛନ୍ତି ସୁପ୍ରମକୋର୍ଟ। ଗୁରୁବାର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଏକ କାଳୀନ ୩ଟି ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ପ୍ରକାଶ କରିବେ। ଆସନ୍ତା ୧୭ ତାରିଖରେ ଅବସର ନେବାକୁ ଥିବା ଜଷ୍ଟିସ୍ ଗୋଗୋଇ ଆଜି ରାଫେଲ ଯୁଦ୍ଧ ବିମାନ ଡିଲ୍କୁ ନେଇ ଆଗତ ରିଭ୍ୟୁପିଟିସନର ଶୁଣାଣି କରିବେ। ଏହା ସହ ସାବରୀମାଲା ମନ୍ଦିରକୁ ମହିଳାଙ୍କ ପ୍ରବେଶ ପାଇଁ ଦିଆଯାଇଥିବା ଅନୁମତି ବିରୋଧରେ ଆଗତ ଆବେଦନର ଶୁଣାଣି ସୁପ୍ରିମକୋର୍ଟ କରିବେ। ଆଜି ୧୦.୩୦ରେ ଏହି ମାମଲାର ଶୁଣାଣି ହେବ। ସେହିପରି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନାଁରେ ରୁଜୁ ହୋଇଥିବା ମାନହାନୀ ଅପରାଧିକ ମାମଲାର ଶୁଣାଣି ମଧ୍ୟ ସୁପ୍ରିମକୋର୍ଟ କରିବେ।
Comments are closed.