ସାବରୀମାଳା ମନ୍ଦିରରେ ପ୍ରବେଶ କରିପାରିବେ ମହିଳା : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସାବରିମାଳା ମନ୍ଦିର ବିବାଦକୁ ନେଇ ଆସିଲା ସୁପ୍ରିମକୋର୍ଟରେ ବଡ ଶୁଣାଣି। ଆଜି ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ମାମଲାକୁ ଏକ ବୃହତର ବେଂଚକୁ ସ୍ଥାନାନ୍ତର କରିଛନ୍ତି। ପୂର୍ବ ରାୟକୁ ବଦଳାଇ ଏହାର ଆଗାମୀ ଶୁଣାଣି ବୃହତର ବେଂଚରେ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ। କେରଳର ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ କଟକଣାକୁ ନେଇ ଏହି ମାମଲା ଚାଲିଛି। ସାବରିମାଳା ମନ୍ଦିରକୁ ମହିଳାଙ୍କ ପ୍ରବେଶ ନେଇ ସୁପ୍ରିମକୋର୍ଟ ରାୟ ଆସିବା ପରେ ଏହାର ପୁନର୍ବିଚାର ଅବେଦନ ହୋଇଥିଲା। ଏବେ ଏହି ମାମଲାର ଶୁଣାଣି ୭ ଜଣିଆ ଖଣ୍ଡପୀଠକୁ ପଠାଇ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଆଗାମୀ ରାୟ ଆସିବା ଯାଏଁ ମହିଳାଙ୍କ ମନ୍ଦିର ପ୍ରବେଶ ଜାରି ରହିବ ବୋଲି ଜଣାପଡିଛି।
ଗୁରୁବାର ସୁପ୍ରିମକୋର୍ଟ ସାବରିମାଲା ମନ୍ଦିର ମାମଲାକୁ ବୃହତ୍ତର ଖଣ୍ଡପୀଠଙ୍କୁ ରେଫର୍ କରିଛନ୍ତି। ସୁପ୍ରିମକୋର୍ଟଙ୍କ ପୂର୍ବ ନିଷ୍ପତ୍ତିର ବିଚାର ନିମନ୍ତେ ପାଞ୍ଚଜଣିଆ ବିଚାରପତି ବିଶିଷ୍ଟ ସାମ୍ବିଧାନିକ ଖଣ୍ଡପୀଠ ୩: ୨ ଗରିଷ୍ଠତା ଅନୁପାତରେ ୭ ଜଣିଆ ବିଚାରପତି ବିଶିଷ୍ଟ ଖଣ୍ଡପୀଠଙ୍କୁ ରେଫର୍ କରିଛନ୍ତି।
Comments are closed.