ଏନସିପି କହିଲା ଶିବସେନାରୁ ହିଁ ହେବେ ମୁଖ୍ୟମନ୍ତ୍ରୀ, ବିଜେପି କହିଲା ଖେଚୁଡି…
ମୁମ୍ବାଇ: ମହାରାଷ୍ଟ୍ରରେ ଲାଗୁ ହୋଇଛି ରାଷ୍ଟ୍ରପତି ନିର୍ବାଚନ। ଅପରପକ୍ଷେ ଶିବସେନା, ଏନସିପି ଓ କଂଗ୍ରେସର ଘନ ଘନ ବୈଠକ। ଯାହା ମହାରାଷ୍ଟ୍ର ରାଜନୀତିକୁ ଉଷ୍ମ ରଖିଛି। ଏନସିପି ମୁଖ୍ୟ ଶରଦ ପାଓ୍ବାର ଆଜି ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ମହାରାଷ୍ଟ୍ରରେ ଶିବସନୋ, ଏନସିପି ଓ କଂଗ୍ରେସର ମିଳିତ ସରକାର ଚାଲିବ ଏବଂ ପୁରା ୫ବର୍ଷ ପର୍ଯ୍ୟନ୍ତ ଚାଲିବ। ଆହୁରି ମଧ୍ୟ ସୂଚନା ମିଳିଛି କି ଶିବସେନା, ଏନସିପି ଓ କଂଗ୍ରେସ ଆସନ୍ତା ୧୭ରେ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଘୋଷଣା କରିପାରନ୍ତି। କାରଣ ସେଦିନ ହେଉଛି ବାଲ ଠାକରେଙ୍କ ପୂଣ୍ୟତିଥି।
ଏହାରିମଧ୍ୟରେ ଏନସିପିର ମୁମ୍ବାଇ ଅଧ୍ୟକ୍ଷ ନବାବ ମଲ୍ଲିକ କହିଛନ୍ତି ଯେ, ମହାରାଷ୍ଟ୍ରର ଆଗାମୀ ମୁଖ୍ୟମନ୍ତ୍ରୀ ଶିବସେନାରୁ ହିଁ ହେବେ। ଯାହାକୁ ନେଇ ଦେଖିବାକୁ ମିଳିଛି ବୟାନବାଜି ରାଜନୀତି। ଗୋଟିଏ ପଟେ ଶିବସେନା ମୁଖ୍ୟମନ୍ତ୍ରୀ ହେବ ବୋଲି ଏନ୍ସିପି ପରୋକ୍ଷରେ ସ୍ପଷ୍ଟ କରିଥିବା ବେଳେ ଅନ୍ୟପଟେ ଭାଜପା କହିଛି ଏହି ଖେଚୁଡି ସରକାର ୬ ମାସରୁ ଊର୍ଦ୍ଧ୍ୱ ସମୟ ତିଷ୍ଠି ପାରିବ ନାହିଁ।
Comments are closed.