ବିଧାନସଭା ଶୀତ ଅଧିବେଶନ :ଗୃହରେ ବିବୃତି ରଖିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ବିଧାନସଭା ଶୀତ ଅଧିବେଶନର ଚତୁର୍ଥ ଦିନରେ ଗୃହ କାର୍ଯ୍ୟ ଜାରି ରହିଛି। ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ତଥ୍ୟ ପ୍ରସଙ୍ଗରେ ଗୃହରେ ବିବୃତି ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ସରକାରୀ ଡକ୍ୟୁମେଣ୍ଟରେ ଗାନ୍ଧିଙ୍କ ମୃତ୍ୟୁ ସମ୍ପର୍କିତ ଭୁଲ ତଥ୍ୟ ରହିଛି। ଏନେଇ ଗୃହରେ ବିବୃତି ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ମନ୍ତ୍ରୀଙ୍କ କହିବା ଅନୁସାରେ ପୁସ୍ତକରେ ହୋଇଥିବା ତ୍ରୁଟି ଅନିଚ୍ଛାକୃତ। ଘଟଣାକୁ ପରିବର୍ତ୍ତନ କରି ଦର୍ଶାଇବା ଉଦ୍ଦେଶ୍ୟ ନ ଥିଲା। ପୁନଃମୁଦ୍ରଣ କରାଯାଇ ପୁଣି ଥରେ ଲିଫ୍ଲେଟ୍ ବଣ୍ଟାଯିବ। ଲିଫ୍ଲେଟ୍ ପ୍ରସ୍ତୁତିରେ ସଂପୃକ୍ତ କର୍ମଚାରୀଙ୍କୁ ସେବାରେ ନିବୃତ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ଦାଶ।
ପ୍ରକାଶ ଯେ, ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ରାଜ୍ୟ ସରକାରଙ୍କ ଦ୍ଵାରା ମୁଦ୍ରିତ ଏକ ବ୍ରୋସରକୁ ନେଇ ଗତକାଲି ଗୃହ ସରଗରମ ରହିଥିଲା। ବ୍ରୋସରରେ ଗାନ୍ଧିଜୀଙ୍କ ମୃତ୍ୟୁ ଆକସ୍ମିକ ଘଟଣା ବୋଲି ଲେଖାଯାଇଛି। ଯାହାକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିବା ସହ ବିଧାନସଭାରେ ଦଳମତ ନିର୍ବିଶେଷରେ ନିନ୍ଦା କରାଯାଉ ବୋଲି ଦାବି କରିଥିଲେ।
Comments are closed.