ମହିଳାଙ୍କ ମୃତ୍ୟୁରେ ଧର୍ମଭାଇର ଆତ୍ମହତ୍ୟା!

ଜଗତସିଂହପୁର: ମହିଳାଙ୍କ ଆତ୍ମହ୍ୟାରେ ମ୍ରିୟମାଣ ହୋଇ ଧର୍ମଭାଇ ବି ଆତ୍ମହତ୍ୟା କରିଛି। ଏମିତି ଏକ ଘଟଣା ଦେଖିବାକୁ ମିଳଛି ତିର୍ତ୍ତୋଲ ଥାନା ଅନ୍ତର୍ଗତ ବାଲିପାଟଣା ଗାଁରେ। ଦୁଇଜଣଙ୍କର ଦୁଃଖଦ ମୃତ୍ୟୁ ହୋଇଛି।
ସୂଚନା ଅନୁସାରେ ଆଜି ନିଜ ଘରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ମହିଳାଙ୍କୁ ସ୍ବାମୀ ଏବଂ ଧର୍ମଭାଇ ମେଡିକାଲ ଆଣିଥିଲେ। ମଣିଜଙ୍ଗା ମେଡିକାଲରେ ମହିଳାଙ୍କୁ ମୃତ ଘୋଷଣା କରାଯାଇଥିଲା। ମହିଳାଙ୍କ ମୃତ୍ୟୁପରେ ଧର୍ମଭାଇ ହଠାତ ନିଖୋଜ ହୋଇଯାଇଥିଲେ। ଖୋଜାଖୋଜି ପରେ ଧର୍ମଭାଇଙ୍କୁ ହସ୍ପିଟାଲ ପଛପଟୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଠାବ କରାଯାଇଥିଲା।
Comments are closed.