Odisha Link
Bridging the Missing Links in Odisha

ବିଧାନସଭା ଖବର: ରାଜ୍ୟର ସାକ୍ଷରତା ହାର ନେଇ ମନ୍ତ୍ରୀଙ୍କ ଉତ୍ତର

ଭୁବନେଶ୍ବର: ଆଜି ବିଧାନସଭା ପ୍ରଶ୍ନକାଳ ସୁରୁଖୁରୁରେ ଚାଲିଛି।  ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଉପରେ ପ୍ରଶ୍ନୋତ୍ତର ପରେ ଅନୁସୂଚୀତ ଜାତି ଓ ଜନଜାତି ବିଭାଗ ଉପରେ ଚାଲିଥିଲା ପ୍ରଶ୍ନୋତ୍ତର। ଅନୁସୂଚୀତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ଗୃହରେ ଉତ୍ତର ରଖିଛନ୍ତି। ରାଜ୍ୟରେ ଅନୁସୂଚୀତ ଜାତି ଓ ଜନଜାତି ସାକ୍ଷରତା ହାର ୬୯.୨ପ୍ରତିଶତ ରହିଛି ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି।
ରାଜ୍ୟରେ ପାଠ ପଢା ନିମନ୍ତେ ଆଶ୍ରମ ସ୍କୁଲ, ସେବାଶ୍ରମ, ଏବଲବ୍ୟ ବିଦ୍ୟାଳୟ, କଳିଙ୍ଗ ଆଦର୍ଶ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟମାନ ରହିଛି। ସେଥିରେ ୭୦୦ଟି ଆଶ୍ରମ ସ୍କୁଲ, ୫୦୧ଟି ସେବାଶ୍ରମ, ୨୭ଟି ଏକଲବ୍ୟ ବିଦ୍ୟାଳୟ, ୧୦ଟି କଳିଙ୍ଗ ଆଦର୍ଶ ବିଦ୍ୟାଳୟ, ୪୨୨ଟି ଉଚ୍ଚ ବିଦ୍ୟାଳୟ, ୬୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି। ଅନ୍ୟପଟେ ୧୯ଟି ଜିଲ୍ଲାରେ ସାକ୍ଷରତା ହାର କମ୍ ଥିବାରୁ ସେଠାରେ ସଂଯୋଜକ, ପ୍ରେରକ ନିଯୁକ୍ତି ଦିଆଯାଇଛି। ‘ଆମ କଥା, ଭାରତ ସାକ୍ଷରତା’ ନାମରେ ଏକ ଯୋଜନା କାର୍ଯ୍ୟକାରୀ ମଧ୍ୟ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

Comments are closed.