ଜୁନ୍ ୩୦ରୁ ‘ମନ୍ କି ବାତ୍’ ସିଜିନ୍-୨: ଜାରି ହେଲା ଟୋଲ୍ ଫ୍ରି ନମ୍ବର

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ ବିପୁଳ ଭୋଟରେ ବିଜୟ ଲାଭ କରିଛନ୍ତି ମୋଦି ସରକାର। ମୋଦିଙ୍କ ପ୍ରଥମ ଇନିଂସରେ ସଫଳତାର ସହ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ସମ୍ପାଦନ ହୋଇଥିଲା। ମୋଦିଙ୍କ ଦ୍ବିତୀୟ ଇନିଂସରେ ପୁଣିଥରେ ବହୁ ଲୋକପ୍ରିୟ କାର୍ଯ୍ୟକ୍ରମ ମନ୍ କି ବାତ୍ ଆରମ୍ଭ ହେବାକୁ ଯାଉଛି। ମିଳିଥିବା ସୂଚନା ଅନୁଯାୟୀ ଜୁନ୍ ୩୦ରୁ ଆରମ୍ଭ ହେବାକୁ ଯାଉଛି ଏହି ଲୋକପ୍ରିୟ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଜରିଆରେ ରେଡିଓରେ ନିଜ ମନକଥା କହିବେ ପ୍ରଧାନମନ୍ତ୍ରୀ । ତେବେ ଏଥିପାଇଁ ଏକ ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି । ଏହି ଟୋଲ୍ ଫ୍ରି ନମ୍ବର ହେଉଛି ୧୮୦୦-୧୧-୭୮୦୦। ଏହି ନମ୍ବର ଜରିଆରେ ଜନତା ନିଜର ମନ କଥା ଜଣାଇପାରିବେ ବୋଲି ସୂଚନା ରହିଛି।
For the #MannKiBaat this month, dial the toll-free number 1800-11-7800 to record your message.
You could also write on the MyGov Open Forum and pen your inputs.
Looking forward to a great interaction. https://t.co/MMDTeO1N5x
— Narendra Modi (@narendramodi) June 15, 2019
Comments are closed.