ବିଜ୍ଞାପନ ଲଢ଼େଇ : ମହାମୁକାବିଲା ପୂର୍ବରୁ ପାକିସ୍ତାନକୁ କଡା ଜବାବ ଦେଲା ଭାରତ
![](https://www.odishalink.com/wp-content/uploads/2019/06/bharat-and-pakistan.jpg)
ନୂଆଦିଲ୍ଲୀ : ଆସନ୍ତାକାଲି ମଞ୍ଚେଷ୍ଟର ଓଲ୍ଡ ଟେଫର୍ଡ ଷ୍ଟାଡିୟମରେ ଭାରତ ପାକିସ୍ତାନ ମଧ୍ୟରେ ଆଇସିସି ୱାର୍ଲଡକପ ମ୍ୟାଚ ଖେଳାଯିବ । ମ୍ୟାଚର ଦିନକ ପୂର୍ବରୁ ସୋସିଆଲ ମିଡ଼ିଆରେ ଆଉ ଏକ ଭିଡିଓ ଭାଇରାଲ ହୋଇଛି । ଉଭୟ ଦଳର ପ୍ରତିନିଧି ପରସ୍ପରକୁ ପରିହାସ କରୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି । କିନ୍ତୁ ଶେଷରେ ଭାରତୀୟ ପ୍ରଶଂସକ ଜିତିଥାନ୍ତି ।
ଏହା ପୂର୍ବରୁ ମଧ୍ୟ ମହା ମୁକାବିଲାକୁ ନେଇ ଅନେକ ଭିଡିଓ ଭାଇରାଲ ହୋଇଛି । ଭାରତରେ ୱାର୍ଲଡକପ୍ ପ୍ରସାରକ ଷ୍ଟାର ସ୍ପୋର୍ଟ୍ସ ଅବ୍ବୁ ଭିଡିଓ ତିଆରି କରିବା ପରେ ପାକିସ୍ତାନ ତରଫରୁ ଜେଜେ ଟିଭି ଭାରତୀୟ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ପରିହାସ କରି ଏହାର ଜବାବ ଦେଇଥିଲା ।ଏବେ ୟୁଟ୍ୟୁବରେ ଭି ସେଭେନ ପିକ୍ଚର୍ସର ଏକ ନୂଆ ଭିଡିଓ ଭାଇରାଲ ହୋଇଛି । ଭିଡିଓ ମାଧ୍ୟମରେ ପାକିସ୍ତାନକୁ କଡା ଜବାବ ଦେଇଛି ଭାରତ । ୨୦ ଘଣ୍ଟା ପୂର୍ବରୁ ୟୁଟ୍ୟୁବରେ ଜାରି ହୋଇଥିବା ଏହି ଭିଡିଓକୁ ଏବେ ପର୍ଯ୍ୟନ୍ତ ୩୩ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି ।
Comments are closed.