ଆଜି ଶେଷ ରଜ: ଗାଁ ଠୁ ସହର ଉତ୍ସବ ମୁଖର

ଭୁବନେଶ୍ବର: ଓଡ଼ିଶାର ଗଣପର୍ବ ରଜର ଆଜି ହେଉଛି ଶେଷ ଦିନ। ରଜ ପର୍ବ ୩ଦିନ ଧରି ବହୁ ଆଡ଼ମ୍ବରର ସହ ପାଳନ କରାଯାଇଥାଏ। ତିନି ଦିନିଆ ରଜ ଉତ୍ସବର ଆଜି ଶେଷ ରଜ। ଯାହାଫଳରେ ମିଠା, ପିଠା ଓ ପାନର ମହକରେ ଗାଁଠାରୁ ସହର ଚଳଚଞ୍ଚଳ ହୋଇପଡ଼ିଛି। ଦୋଳି ଓ ବାଗୁଡି ଖେଳରେ ମସଗୁଲ ହୋଇ ଧୁମଧାମ୍ରେ ଚାଲିଛି ରଜ ଉତ୍ସବ ପାଳନ। ଗତକାଲି ରଜ ସଂକ୍ରାନ୍ତି ଅବସରରେ ଘରେ ଘରେ ପିଠାପଣା ମହକରେ ଭରପୂର ହୋଇଥିଲା ସାରା ରାଜ୍ୟ। ନୂଆ ପୋଷାକ ସାଙ୍ଗକୁ ପାଦରେ ଅଳତା, ମଥାରେ କୁଙ୍କୁମର ଟିକା ଆଉ ହାତରେ ମେହେନ୍ଦି ସଜେଇ ଝିଅମାନେ ରଜ ଦୋଳି ପାଖରେ ଏକାଠି ହୋଇଛନ୍ତି। ରଜଗୀତ ଗାଁ ଠୁ ସହର ସବୁ ଜାଗାରେ ଶୁଣିବାକୁ ମିଳୁଛି। ଆଜି ଶେଷ ଦିନ ହୋଇଥିବାରୁ ସମସ୍ତେ ଭରପୂର ଆନନ୍ଦ ଉପଭୋଗ କରିବା ପାଇଁ ସହରରୁ ଗାଁ ସବୁଠି ଚଳଚଞ୍ଚଳ ହୋଇଉଠିଛି।
Comments are closed.