କଳାହାଣ୍ଡି ଜିଲ୍ଲାରେ ସର୍ବାଧିକ ‘କାଳିଆ’ ଅଯୋଗ୍ୟ
ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲାରେ ସର୍ବାଧିକ କାଳିଆ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ଆଜି ବିଧାନସଭାରେ କୃଷି ମନ୍ତ୍ରୀ ଅରୁଣ ସାହୁ ଉତ୍ତର ଦେଇ ଏହା କହିଛନ୍ତି। ତାଙ୍କ ସୂଚନା ଅନୁଯାୟୀ କାଳିଆ କିସ୍ତି ମୋଟ ୫୧ ଲକ୍ଷ ୫୨୯୦ ଜଣ ହିତାଧିକାରୀ ପାଇଛନ୍ତି। ୫୧,୦୫, ୨୯୦ରୁ ୪୫, ୯୬୫ ଜଣ ହିତାଧିକାରୀ ଅଯୋଗ୍ୟ। କଳାହାଣ୍ଡିରେ ସର୍ବାଧିକ ଓ ଦେବଗଡ଼ରେ ସର୍ବନିମ୍ନ ଅଯୋଗ୍ୟ ଚିହ୍ନଟ ହୋଇଥିବା ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି।
Comments are closed.