ଏମସିଏଲରେ ନିଯୁକ୍ତି

ଭୁବନେଶ୍ୱର: ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଖଣିବିଭାଗକୁ ରୁଲିଂ ଦେଇଛନ୍ତି। ଏମସିଏଲରେ ନିଯୁକ୍ତି ପ୍ରସଙ୍ଗରେ ଧ୍ୟାନ ଦେବାକୁ ବାଚସ୍ପତି ଏହି ରୁଲିଂ ଦେଇଛନ୍ତି।
ସୂଚନାଯୋଗ୍ୟ, ଆଜି ବିଧାନସଭରେ ଏମସିଏଲରେ ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ପ୍ରସଙ୍ଗ ଉଠିଥିଲା। ବିଜେଡି ବିଧାୟକ କିଶୋର ମହାନ୍ତି ଓ ବ୍ରଜ ପ୍ରଧାନ ଏହି ପ୍ରସଙ୍ଗ ଉଠାଇଥିଲେ। ନିଯୁକ୍ତିବେଳେ ସ୍ଥାନୀୟ ପିଲାମାନଙ୍କୁ ସୁଯୋଗ ଦିଆଯାଉନଥିବା ସେମାନେ ଅଭିଯୋଗ କରିଥିଲେ। ତେବେ ଏହି ସମସ୍ୟା ପ୍ରତି ଧ୍ୟାନ ଦେବାକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଖଣି ବିଭାଗକୁ ରୁଲିଂ ଦେଇଛନ୍ତି।
Comments are closed.