ସଂସ୍କୃତି ମନ୍ତ୍ରୀଙ୍କ ପାଇଁ ଗୃହ ହୁଲସ୍ତୁଲ
ଭୁବନେଶ୍ୱର: ଆଜି ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ହାଇଦ୍ରାବାଦ ଗସ୍ତ ପ୍ରସଙ୍ଗକୁ ନେଇ ଗୃହ ହୁଲସ୍ତୁଲ ହୋଇଛି। ଯାହାକୁ ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ୩୦ ମିନିଟ ପାଇଁ ମୁଲତବୀ ରଖିଛନ୍ତି।
ଆଜି ବିଧାୟକ ପ୍ରଦୀପ୍ତ ନାଏକ, ତାରା ବାହିନୀପତି ଓ ସନ୍ତୋଷ ସିଂହ ସାଲୁଜା ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ହାଇଦ୍ରାବାଦ ଗସ୍ତ ପ୍ରସଙ୍ଗ ଉଠାଇଛନ୍ତି। ମନ୍ତ୍ରୀଙ୍କ ସାଙ୍ଗରେ ଯାଇଥିବା ୨ ମହିଳା କିଏ ବୋଲି ସମ୍ପୃକ୍ତ ୩ ନେତା ପ୍ରଶ୍ନ କରିଛନ୍ତି। ସରକାରୀ ଅର୍ଥରେ ଯାଇଥିଲେ କି ନାହିଁ ସେ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି। ଖାଲି ସେତିକି ନୁହେଁ ତୁରନ୍ତ ବାଚସ୍ପତି ରୁଲିଂ ଦେବା ସହ ମନ୍ତ୍ରୀଙ୍କ ସ୍ପଷ୍ଟିକରଣ ମଧ୍ୟ ଦାବି କରିଛନ୍ତି। ଅନ୍ୟପକ୍ଷରେ ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟ ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ। ବିରୋଧୀ ଦଳର ସଦସ୍ୟମାନେ ମନ୍ତ୍ରୀଙ୍କ ବହିଷ୍କାର ଦାବି କରି ନାରାବାଜି କରିଥିଲେ। ଫଳରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ୩୦ ମିନିଟି ମୁଲତବୀ କରିଦେଇଛନ୍ତି।
Comments are closed.