Odisha Link
Bridging the Missing Links in Odisha

ଲୌରେନ୍‌ ଗୋଟ୍ଟିଲିବ୍‌ କଲେ ଏମିତି ଖୁଲାସା ….

ମୁମ୍ବାଇ: ବଲିଉଡ୍‌ର ରେ ଅନେକ ଅଭିନେତ୍ରୀ ଓ ଅଭିନେତା ନିଜ ଜୀବନଶୈଳିକୁ ନିଜ ହିସାବରେ ବଞ୍ଚିବାକୁ ଭଲପାଇଁ ଥାନ୍ତି । ସେଥିପାଇଁ ଅନକ ସମୟରେ ସେମାନେ ଖରାପ ଅଭ୍ୟାସରେ ମଧ୍ୟ ପଡ଼ିଯାଆନ୍ତି । ଏମିତି ଜଣେ ଅଭିନେତ୍ରୀ ହେଉଛନ୍ତି ଯିଏ ମଦ ଓ ଡ୍ରଗ୍ସ ଭଳି ନିଶାସେବନ କରି ପୂରାପୂରି ବର୍‌ବାଦ୍‌ ହୋଇଯାଇଛନ୍ତି। ସେ ଆଉ କେହିନୁହେଁ ଡାନ୍ସର ଲୌରେନ୍‌ ଗୋଟ୍ଟିଲିବ୍‌ । ତାଙ୍କୁ ‘ଏବିସିଡି 2’ ରେ ପ୍ରମୁଖ ଭୂମିକାରେ ଅଭିନୟ କରିଥିବାର ଦେଖିବାକୁମିଳିଥିଲା ।

ଏହି ସିନେମା ପରେ ସେ ପୂରାପୁରି ମଦ ଓ ଡ୍ରଗ୍ସ ଭଳି ନିଶାରେ ପଡ଼ି ଯାଇଥିଲେ। ଡାନ୍ସର ଲୌରେନ୍‌ ନିଜ ଏହାର ଖୋଲାସା କରିଛନ୍ତି । ଲୌରେନ୍‌ ‘ବିଗ୍‌ ବସ୍‌ ୧୧ ଓ ଝଲକ୍‌ ଦିଖ୍‌ଲାଜା ସିଜନ୍‌ ୬ରେ ବି ନଜର ଆସିଥିଲେ। ଏହାଛଡ଼ା ସେ ଅନେକ ପଞ୍ଜାବୀ ସିନେମାରେ ଓ ଗୀତରେ କାମ କରି ସାରିଛନ୍ତି। ଲୌରେନ୍‌ ସୋଶାଲ୍‌ ମିଡିଆରେ ନିଜ ଫଟୋ ପୋଷ୍ଟ କରୁଥିଲେ , ସେଥିରେ ସେ ହସୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ  ଭିତରେ ଭିତରେ ବହୁତ ଦୁଃଖୀ, ଚିନ୍ତାରେ ଥିଲେ ବୋଲି ଲୌରେନ୍‌ କହିଛନ୍ତି।

ଦୁଃଖ ଦୂର କରିବାର ଉପାୟକୁ ସେ ନିଶାରେ ଖୋଜିବା ଆରମ୍ଭ କରି ଦେଇଥିଲେ । ସେ ଆହୁରି ମଧ୍ୟ କହିଛନ୍ତି, ‘ମୁଁ ମଦ ପିଉଥିଲି, ଡ୍ରଗ୍ସ ନେଉଥିଲି ଏବଂ ସବୁ କିଛି କରୁଥିଲି, ଯାହା ମୋତେ ଆନନ୍ଦ ଦେଉଥିଲା’। ତେବେ ଏସବୁରୁ ବାହାରିବା ପାଇଁ ତାଙ୍କୁ ସମୟ ଲାଗିଥିଲା ବୋଲି ସେ କହିଛନ୍ତି।

Comments are closed.