Odisha Link
Bridging the Missing Links in Odisha

ଏସଏଚଜିକୁ ମଧ୍ୟାହ୍ନ ଭୋଜନ ଦାୟିତ୍ବ

ଭୁବନେଶ୍ବର: ଏଥର ରାଜ୍ୟର ସବୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ଦାୟିତ୍ବରୁ ମୁକ୍ତ ହେବେ ଶିକ୍ଷକ। ମଧ୍ୟାହ୍ନ ଭୋଜନ ଦାୟିତ୍ବ ବୁଝିବେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ। ମିଶନ ଶକ୍ତି ଓ ଗଣ ଶିକ୍ଷା ପକ୍ଷରୁ ଏନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରାଥମିକ ଭାବେ ଶହେରୁ ଅଧିକ ପିଲା ଥିବା ସ୍କଲ ଖାଦ୍ୟ ଦାୟିତ୍ବ ଏସଏଚଜି ମହିଳା ମାନେ ନେବେ। ସେଣ୍ଟ୍ରାଲ କିଚେନ ଦ୍ବାରା ଖାଦ୍ୟ ଦିଆଯାଉଥିବା ସ୍କୁଲ ପ୍ରଭାବିତ ହେବନି। ଡିଇଓଙ୍କ ଜରିଆରେ ଏସଏଚଜି ଗ୍ରୁପ୍‌ ମଧ୍ୟାନ ଭୋଜନ ବାବଦ ଅର୍ଥ ପାଇବେ। ପୂର୍ବରୁ ସେଣ୍ଟ୍ରାଲ କିଚେନ ଓ ସ୍କୁଲ ଶିକ୍ଷକ ବୁଝୁଥିଲେ ମଧ୍ୟାହ୍ନ ଭୋଜନ ଦାୟିତ୍ବ।

Comments are closed.