ଟ୍ରାଫିକ ନିୟମ କୋହଳ ହେବା ପରେ ଅଫିସ ଖାଲି
ଭୁବନେଶ୍ବର: ଟ୍ରାଫିକ ନିୟମ କୋହଳ ହେବା ପରେ ଲୋକ ହୋଇଛନ୍ତି ବେଫିକର। ଆଉ ଖାଲି ଅଛି ଆରଟିଓ ଅଫିସ ଡିସେମ୍ବର ପହିଲାରୁ ଟ୍ରାଫିକ ନିୟମକୁ କଡାକଡି କରିବାକୁ ସରକାର ଘୋଷଣା କରିଥିଲେ। ଆଉ ଏହାପୂର୍ବରୁ ଅଫିସଗୁଡିକରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଆଉ ୩ ମାସ ପାଇଁ ନିୟମକୁ କୋହଳ କରିଛନ୍ତି।
ନୂଆ ଯାନବାହାନ ନିୟମ ଲାଗୁ କରିବା ପରେ ପୁଣି ତିନି ମାସର ମହଲତ ନେଇ ଗତକାଲି ଘୋଷଣା କରିଥିଲେ ରାଜ୍ୟ ସରକାର। ଏହି ସମୟ ଅବଧି ମଧ୍ୟରେ ସମସ୍ତ କାଗଜପତ୍ର ପ୍ରସ୍ତୁତ କରିବାକୁ କୁହାଯାଇଛି। ପୂର୍ବରୁ ମଧ୍ୟ ତିନିମାସ ସମୟ ଦେଇଥିଲେ ଏବଂ ଚଳିତ ମାସ ଶେଷରେ ଏହି ମିଆଦ ଶେଷ ହେଉଥିଲା। କିନ୍ତୁ ବିଧାନସଭାରେ ସବୁ ପକ୍ଷରୁ ଏହାକୁ ବଢାଇବାକୁ ଦାବି ହୋଇଥିଲା। ତେବେ ବାସ୍ତବତା ଥିଲା କିନ୍ତୁ ଅଲଗା। ଭିତିଭୂମିର ଅଭାବ ଯୋଗୁ ଲୋକେ ନିଜ ଗାଡି କାଗଜପତ୍ର, ଡ୍ରାଇଭିଂ ଲାଇସନ୍ସ ପାଇଁ ଆସି ହନ୍ତସନ୍ତ ହେଉଥିଲେ। କେତେ ବେଳେ ଲିଙ୍କ ରହୁ ନାହିଁ ତ କେତେବେଳେ କର୍ମଚାରୀଙ୍କ ଅସହଯୋଗର କଥା ଉଠାଇଛନ୍ତି ଲୋକେ। ଏପରିକି ଯେଉଁ ଢଙ୍ଗରେ ଆରଟିଓ ଗୁଡିକରେ କାମ ଚାଲିଛି, ତାହା ଏହି ୩ ମାସ ମଧ୍ୟରେ କେବେ ବି ଶେଷ ହେବ ନାହିଁ ବୋଲି ଲୋକେ କ୍ଷୋଭର ସହ କହିଛନ୍ତି। ସକାଳୁ ରାତି ଯାଏଁ ଲୋକଙ୍କୁ ଧାଡି ଲଗାଇବାକୁ ପଡୁଥିଲା। ଏଭଳି ସ୍ଥିତିରେ ସୃଷ୍ଟିହୋଇଥିଲା ବଡ ପ୍ରଶ୍ନ କି, ଭିତିଭୂମି ନାହିଁ, ୩ ମାସ ଭିତରେ ଏସବୁ କାମ ହେବ କେମିତି।
Comments are closed.