Odisha Link
Bridging the Missing Links in Odisha

କାଡା ଅଣ ଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତି

ଭୁବନେଶ୍ୱର : ଓଡିଶା ସେଚାଂଚଳ ଉନ୍ନୟନ (କାଡା) ଅଣ ଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତିର ନବ ନିର୍ବାଚିତ କର୍ମକର୍ତାମାନେ ରାଜ୍ୟ ଜଳ ସଂପଦ , ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ନବ ନିର୍ବାଚିତ ସଂଘର ସଭାପତି ବିମଳ ଭୂଷଣ ମହାନ୍ତି, ସାଧାରଣ ସମ୍ପାଦକ ଚିତରଂଜନ ମହାନ୍ତିଙ୍କ ନେତୃତ୍ୱରେ ସଂଘର କର୍ମକର୍ତା ଓ ସଦସ୍ୟମାନେ ମନ୍ତ୍ରୀ ଦାସଙ୍କୁ ପୁଷ୍ପଗୁଚ୍ଛ ଓ ଖଦି ଗାମୁଛା ପ୍ରଦାନ କରି ସାକ୍ଷାତ କରିଥିଲେ ।

ଏହି ଅବସରରେ ସଂଘର କର୍ମକର୍ତ୍ତାମାନେ ମଧ୍ୟ କାଡା କର୍ମଚାରୀମାନଙ୍କର ଉନ୍ନତି ପାଇଁ ସର୍ବଦା ସହଯୋଗ ପ୍ରଦାନ କରିଆସିଥିବା ଓଡିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟଙ୍କୁ ମଧ୍ୟ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ମନ୍ତ୍ରୀ ଦାସ କାଡା ଅଣଗେଜେଟେଡ୍ କର୍ମଚାରୀଙ୍କ ବହୁବିଧ ବିକାଶ ତଥା ବିଭିନ୍ନ ଡିଭିଜନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସଂପର୍କରେ ଆଲୋଚନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ନୂତନ ଭାବେ ଚୟନ ହୋଇଥିବା ସଂଘର ଉପଦେଷ୍ଟା ସଂଜୟ କୁମାର ଆଚାର୍ଯ୍ୟ, ଉପସଭାପତି ସୁଦର୍ଶନ ରଥ ଓ ସୁରେନ୍ଦ୍ର ହେମ୍ବ୍ରମ୍, କୋଷାଧ୍ୟକ୍ଷ ବିଜୟାନନ୍ଦ ବେହେରା, ସାଂଗଠନିକ ସଂପାଦକ ଗୋବିନ୍ଦ ପ୍ରସାଦ ଦାଶ,ପ୍ରଣବ କୁମାର ଦାଶ ଏବଂ ସୁଶାନ୍ତ କୁମାର ସାହୁ, ଗଦାଧର ଭୋଇ, କୁଳମଣି ମାଝି, ବିଷ୍ଣୁପ୍ରିୟା ମହାନ୍ତି ଏବଂ ଓଡିଶାର ବିଭିନ୍ନ କାଡା କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ ।

Comments are closed.