କାର୍ ଧକ୍କାରେ ମା’ ମୃତ, ଝିଅ ଗୁରୁତର

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଜାତୀୟ ରାଜପଥର ସୁବୁଦ୍ଧିପାଟଣା ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।
ସୂଚନା ଅନୁସାରେ ସୁବୁଦ୍ଧିପାଟଣା ଗାଁର ମା’ ଓ ଝିଅ ଉଭୟ ଏକ ସାଇକେଲରେ ଯାଉଥିବା ସମୟରେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ହୁଣ୍ଡାଇ କାର୍ ଭାରସାମ୍ୟ ହରାଇ ଧକ୍କା ଦେଇଥିଲା । ଫଳରେ ଉଭୟ ମା’ ଓ ଝିଅ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ବାଲୁଗାଁ ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା। ଝିଅଙ୍କର ଅବସ୍ଥା ଗୁରୁତର ଥିବାବେଳେ ମା’ଙ୍କର ମୃତ୍ୟୁ ହୋଇଛି। ବାଲୁଗାଁ ପୋଲିସ ଘଟଣାର ତଦନ୍ତ କରୁଛି। ଗ୍ରାମରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।
Comments are closed.