ଉଦ୍ଧବ ସରକାରଙ୍କୁ ଟାର୍ଗେଟ କଲେ ଫଡନାଭିସ୍, କହିଲେ ବିଧାୟକଙ୍କ ଉପରେ ଏତେ…
ମୁମ୍ବାଇ: ଆଜି ମହାରାଷ୍ଟ୍ର ବିଧାନସଭାରେ ଶକ୍ତି ପରୀକ୍ଷା ଦେବେ ଉଦ୍ଧବ ସରକାର। ଗୃହରେ ବହୁମତ ସାବ୍ୟସ୍ତ କରିବେ ଉଦ୍ଧବ ସରକାର। ହେଲେ ଏହାର ପୂର୍ବରୁ ଉଦ୍ଧବ ସରକାର ପ୍ରୋଟେମ୍ ବାଚସ୍ପତିଙ୍କୁ ବଦଳି କରିଛନ୍ତି। ଯାହାକୁ ନେଇ ଉଦ୍ଧବ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ବିଧାୟକ ଦେବେନ୍ଦ୍ର ଫଡନାଭିସ୍।
ଦେବେନ୍ଦ୍ର ଟାର୍ଗେଟ କରି କହିଛନ୍ତି ଯେ, ବହୁମତ ପୂର୍ବରୁ କଣ ପାଇଁ ପ୍ରୋଟେମ୍ ବାଚସ୍ପତିଙ୍କୁ କାହିଁକି ହଟାଗଲା? ଏପରିକି ବିଧାୟକଙ୍କ ଉପରେ ଏପର୍ଯ୍ୟନ୍ତ କାହିଁକି ଅବିଶ୍ବାସ କରୁଛନ୍ତି ସରକାର। ଅନ୍ୟପଟେ ବିଧାୟକଙ୍କୁ କାହିଁକି ଲୁଚାଇ ରଖାଯାଉଛି ବୋଲି ଟୁଇଟ କରି ଟାର୍ଗେଟ କରିଛନ୍ତି ଦେବେନ୍ଦ୍ର ଫଡନାଭିସ୍।
In the first Cabinet Meeting of new government, yesterday, they chose to discuss how to prove majority secretly, instead of discussing on how assistance & relief can be given to farmers suffering from unseasonal rains.
If this government has majority…— Devendra Fadnavis (@Dev_Fadnavis) November 29, 2019
ଏଥିସହିତ ଫଡନାଭିସ୍ କହିଛନ୍ତି ଯେ, ପ୍ରଥମ କ୍ୟାବିନେଟ ବୈଠକରେ ନୂଆ ସରକାର କୃଷକ ମାନଙ୍କ ସମସ୍ୟା ବିଷୟରେ ଆଲୋଚନା ନ କରି କିଭଳି ଗୃହରେ ବହୁମତ ସାବ୍ୟସ୍ତ କରାଯିବ ସେ ନେଇ ଆଲୋଚନା କରୁଛନ୍ତି। ଯଦି ଏହି ସରକାର ପାଖରେ ବହୁମତ ଅଛି ତେବେ ଗୁପ୍ତ ଭାବେ ସମସ୍ତ ବିଧାୟକଙ୍କୁ ଗୃହକୁ କାହିଁକି ଡକା ଯାଉଛି? ବୋଲ ପ୍ରଶ୍ନ କରିଛନ୍ତି ଦେବେନ୍ଦ୍ର ଫଡନାଭିସ୍।
ସୂଚନାଯୋଗ୍ୟ, ଗତକାଲି ଏନସିପିର ବରିଷ୍ଠ ନେତା ଦିଲ୍ଲୀପ ବଲସେ ପାଟିଲଙ୍କୁ ପ୍ରୋଟେମ୍ ବାଚସ୍ପତି ଭାବେ ନିଯୁକ୍ତ କରାଯାଇଛି। ଏହା ପୂର୍ବରୁ ବିଜେପିର ବରିଷ୍ଠ ନେତା କାଲିଦାସ କୋଲମ୍ବକରଙ୍କୁ ପ୍ରୋଟେମ୍ ବାଚସ୍ପତି ଭାବେ ନିଯୁକ୍ତି ଦେଇଥିଲେ ରାଜ୍ୟପାଳ।
Comments are closed.