ହାଇଦ୍ରାବାଦ୍ ଦୁଷ୍କର୍ମ-ହତ୍ୟା ମାମଲା: ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ଏବିଭିପି
ଭୁବନେଶ୍ୱର: ଓଡ଼ିଶାରେ ତେଜିଲା ପ୍ରିୟଙ୍କା ରେଡ୍ଡୀ ଦୁଷ୍କର୍ମ-ହତ୍ୟା ମାମଲାର ପ୍ରତିବାଦ। ଏଭଳି ଘଟଣାକୁ ଓଡ଼ିଶାର କୋଣ ଅନୁକୋଣରେ ପ୍ରତିବାଦ କରୁଛନ୍ତି ଛାତ୍ରଛାତ୍ରୀ। ହାଇଦ୍ରାବାଦରେ ଭେଟେରିନାରୀ ଡାକ୍ତରଙ୍କ ସାମୂହିକ ଗଣବଳାକ୍ତାର ଓ ଜୀବନ୍ତ ଜାଳି ହତ୍ୟାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଦୃଢ ନିନ୍ଦା କରୁଛି, ତଥା ଦୋଷୀମାନଙ୍କୁ ମୃତ୍ୟୁଦଣ୍ଡ ଦେବାପାଇଁ ଦାବି କରିଛି । ପୋଲିସ୍ ପ୍ରଶାସନ ଦ୍ୱାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଅହେତୁକ ବିଳମ୍ବ ତଥା ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ନହେବାକୁ ନେଇ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନଚିହ୍ନ ଛିଡାକରିଛି ।
ତେଲେଙ୍ଗାନା ସରକାରଙ୍କ ଗୃହମନ୍ତ୍ରୀଙ୍କ ବୟାନ ମଧ୍ୟ ତାଙ୍କ ବିକୃତ ମାନସିକତାକୁ ଦର୍ଶାଉଛି। ଦୋଷୀମାନଙ୍କୁ ତୁରନ୍ତ ଦଣ୍ଡ ଦେବା ବଦଳରେ ମୃତ ଡକ୍ଟରଙ୍କ ଉପରେ ପ୍ରଶ୍ନଚିହ୍ନ ଆଙ୍କିବା ଅତ୍ୟନ୍ତ ଚିନ୍ତାଜନକ ଅଟେ । ତେଲେଙ୍ଗାନାର ଗୃହମନ୍ତ୍ରୀଙ୍କ ବୟାନ କି ପୀଡିତା ପ୍ରଥମେ ପୋଲିସକୁ ଫୋନ୍ ନକରି ତାଙ୍କ ଘରଲୋକଙ୍କୁ କାହିଁକି ଫୋନ୍ କଲେ, ତେଲେଙ୍ଗାନା ସରକାରଙ୍କ ମହିଳାଙ୍କ ପ୍ରତି ହୀନ ମାନସିକତାର ପରିଚୟ ପ୍ରଦାନ କରୁଛି ।
ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର କହିଛନ୍ତି ଯେ, ମହିଳା ଜଣକ ଯେଉଁମାନଙ୍କୁ ସାହାଯ୍ୟ ଆଶା କରିଥିଲେ ସେହିମାନେ ହିଁ ତାଙ୍କର ସାମୂହିକ ଗଣବଳତ୍କାର କରିବା ସହ ଜୀବନ୍ତ ଜାଳି ହତ୍ୟା କରିଛନ୍ତି। ଅନ୍ୟପଟେ ଏଭଳି ହୀନ ମାନସିକତାର ଲୋକ ସମାଜରେ ରହିବା ଯୋଗ୍ୟ ନୁହଁନ୍ତି । ସରକାର ଏହି ଘଟଣାରେ ଦୋଷୀମାନଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ଫାଷ୍ଟଟ୍ରାକ୍ କୋର୍ଟ ଗଠନ କରି ନ୍ୟାୟିକ ତଦନ୍ତ ଆଗେଇନେବାକୁ ଏବିଭିପି ଦାବି କରୁଛି । ପ୍ରିୟଙ୍କା ରେଡ୍ଡୀଙ୍କୁ ଉଚିତ ନ୍ୟାୟ ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦାବି କରି ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଥିବା ସରସ୍ୱତୀଙ୍କ ମୂର୍ତ୍ତି ସାମ୍ନାରେ କ୍ୟାଣ୍ଡେଲ ଜାଳି ଅଭିନବ ପ୍ରତିବାଦ କରିଛି ଏବିଭିପି ।
କେବଳ ସେତିକି ନୁହେଁ ପ୍ରିୟଙ୍କା ଜଣେ ଭେଟରିନାରୀ ଡାକ୍ତର ଥିଲେ ତେଣୁ ଭେଟରିନାରୀ କଲେଜର ଛାତ୍ରଛାତ୍ରୀମାନେ ମଧ୍ୟ ଏକାଠି ହୋଇଛନ୍ତି । ଭୁବନେଶ୍ୱର ଓୟୁଏଟି ଛାତ୍ରଛାତ୍ରୀମାନେ କ୍ୟାଣ୍ଡେଲ ମାର୍ଚ୍ଚ କରିବା ସହ ପ୍ରିୟଙ୍କାଙ୍କ ପାଇଁ ଜଷ୍ଟିସ୍ ମାଗିଛନ୍ତି ।
Comments are closed.