୪୦ ଟଙ୍କାରେ ପିଆଜ ବିକିଲା କଂଗ୍ରେସ
ଭୁବନେଶ୍ବର: ଶସ୍ତାରେ ଲୋକଙ୍କୁ ପିଆଜ ବିକିଲେ କଂଗ୍ରେସ ନେତା। ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରେ ବୁଲିବୁଲି ଲୋକଙ୍କୁ ପିଆଜ ବିକୁଛି କଂଗ୍ରେସ। ପିଆଜର ଅହେତୁକ ଦର ବୃଦ୍ଧିକୁ ଭିନ୍ନ ଏକ ଭଙ୍ଗିରେ ପ୍ରତିବାଦ କରିଛି କଂଗ୍ରେସ। ତେବେ କଂଗ୍ରେସ ଶସ୍ତାରେ ପିଆଜ ବିକୁଥିବାରୁ ପିଆଜ କିଣିବାକୁ ଲୋକଙ୍କ ଲମ୍ବା ଧାଡି ଲାଗିଛି।
ତେବେ କଂଗ୍ରେସ ୪୦ ଟଙ୍କାରେ ପିଆଜ ବିକୁଥିବା ଶୁଣି ଲୋକଙ୍କ ଲାଗିଛି ଲମ୍ବା ଲାଇନ। ଖବର ଶୁଣି ବିଭିନ୍ନ ଅଞ୍ଚଳରୁ ଲୋକେ ପିଆଜ କିଣିବାକୁ ଧାଇଁଛନ୍ତି। ତେବେ ମୋଟ ୨ କୁଇଣ୍ଟାଲ ପିଆଜ ବିକ୍ରି କରିବାକୁ କଂଗ୍ରେସ ସ୍ଥିର କରିଥିବା ବେଳେ ସମସ୍ତଙ୍କୁ ୪୦ ଟଙ୍କାରେ ଅଧ କେଜିଏ ଲେଖାଏଁ ଦିଆଯାଉଛି।
ପିଆଜ ବିକ୍ରି ବେଳେ କଂଗ୍ରେସ ପଲିଥିନ ବ୍ୟାନକୁ ମଧ୍ୟ ଗୁରୁତ୍ୱ ଦେଇଛି। ପଲିଥିନ ନୁହେଁ ବରଂ କାଗଜରେ ଗୋଡାଇ ପିଆଜ ବିକୁଛି କଂଗ୍ରେସ। ସେପଟେ ପିଆଜ ବିକି ନବୀନ ସରକାରଙ୍କୁ କଂଗ୍ରେସ ଟାର୍ଗେଟ କରିଛି। ପିଆଜ ଭିତିରେ ମୋଦି-ନବୀନଙ୍କ ଫଟୋ ରଖି ଫଟୋ ତଳେ ୫୦ ଟଙ୍କା ଲେଖାଏଁ ଲେଖି କେଜି ୧୦୦ ଟଙ୍କା ବୋଲି ଦର୍ଶାଇଛି କଂଗ୍ରେସ। ତେବେ ବଜାରରେ ୧୦୦ ତଳକୁ ପିଆଜ ଦର ଖସୁ ନଥିବାରୁ ଲୋକଙ୍କ ପାଟିରେ ପିଆଜ ବାଜୁନି। ଆଉ ଏତିକି ବେଳେ କଂଗ୍ରେସ ଶସ୍ତାରେ ମାତ୍ର ୪୦ ଟଙ୍କାରେ ପିଆଜ ଦେଉଥିବାରୁ ଲୋକେ ତରବରିଆ ହୋଇ ମାଷ୍ଟରକ୍ୟାଣ୍ଟିନ ଧାଉଁଛନ୍ତି ।
Comments are closed.