Odisha Link
Bridging the Missing Links in Odisha

ଆଜି ବିଶ୍ବ ଦିବ୍ୟାଙ୍ଗ ଦିବସ

ଭୁବନେଶ୍ବର : ଆଜିହେଉଛି ବିଶ୍ବ ଦିବ୍ୟାଙ୍ଗ ଦିବସ । ଦିବ୍ୟାଙ୍ଗଙ୍କ ପ୍ରତି ସମାଜର ଦୃଷ୍ଟିକୋଣ ବଦଳାଇବା ଲକ୍ଷ୍ୟ ନେଇ ପ୍ରତିବର୍ଷ ୩ ଡିସେମ୍ବରରେ ବିଶ୍ବ ଦିବ୍ୟାଙ୍ଗ ଦିବସ ପାଳନ କରାଯାଉଛି । ୧୯୭୬ରେ ଜାତିସଂଘ ସାଧାରଣ ପରିଷଦ ତରଫରୁ ୧୯୮୧କୁ ବିଶ୍ବ ଦିବ୍ୟାଙ୍ଗ ବର୍ଷ ଭାବେ ଘୋଷଣା କରାଯାଥିଲା ।

ପରେ ଜାତିସଂଘ ସାଧାରଣ ପରିଷଦ ଦ୍ବାରା ୧୯୮୩ରୁ ୧୯୯୨ ଯାଏ ଏହି ୧୦ ବର୍ଷ ଜାତିସଂଘ ଦିବ୍ୟାଙ୍ଗ ଦଶନ୍ଧି ବୋଲି ଘୋଷଣା କରାଯାଇଥିଲା । ବିଭିନ୍ନ ଦେଶ ଓ ସଂଗଠନଗୁଡିକ ଏହି ସମୟରେ ଦିବ୍ୟାଙ୍ଗଙ୍କ ଲାଗି ବିଭିନ୍ନ ସ୍ଥିରୀକୃତ କାର୍ଯ୍ୟକ୍ରମ । ୧୯୯୨ରେ ମସିହାରେ ଆନ୍ତର୍ଜାତିକ ଦିବ୍ୟାଙ୍ଗ ଦିବସ ପ୍ରଥମେ ବିଶ୍ବ ସ୍ତରରେ ପାଳନ କରାଯାଇଥିଲା ।

ବିଶ୍ବ ୧ବିଲିୟନ ଅଧିକ ଶାରୀରୀକ , ମାନସିକ ଦିବ୍ୟାଙ୍ଗ ଅଛନ୍ତି । ଭାରତରେ ୨୦୧୧ ରେ ଜଣଗଣନା ଅନୁସାରେ ଦେଶରେ ଦିବ୍ୟାଙ୍ଗ ସଂଖ୍ୟା ୨.୨୧ ପ୍ରତିଶତ ଥିଲା । ନ୍ୟାଶନାଲ ସାମ୍ପଲ୍ ସର୍ଭ ଅଫ ଇଣ୍ଡିଆ ରିପୋର୍ଟରୁ ଜଣା ପଡିଛି ଏମାନଙ୍କ ମଧ୍ୟରୁ ୩.୭ ଜଣ ଏକୁଟିଆ ରହୁଛନ୍ତି ।

କିନ୍ତୁ ଆନ୍ତର୍ଜାତୀୟ ଦିବସ ପାଳନ କରାଯିବା ପରଠାରୁ ଏଥିପ୍ରତି ସୁଧାର ଆସିଛି । ବର୍ତ୍ତମାନ ସେମାନଙ୍କୁ ରାଜନିତୀ, ସାମାଜିକ ,ଅର୍ଥନୀତି ଆଦିରୁ ସହଯୋଗ ମିଳୁଛି । ୨୦୧୯ରୁ ଏକ ସ୍ଳୋଗାନ ରଖାଯାଇଛି, ଦି ଫ୍ୟୁଚର ଇଜ୍ ଆସେସୁଲ । ଦିବ୍ୟାଙ୍ଗ ଅକ୍ଷମ ନୁହେଁ ।

Comments are closed.